Odisha news

ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ  ହିଂସା ବିରୁଦ୍ଧରେ ହିନ୍ଦୁ ସମାଜ ପକ୍ଷରୁ ପ୍ରତିବାଦ ସଭା

0
ବ୍ରହ୍ମପୁର :  ବାଂଲାଦେଶରେ  ଛାତ୍ର ମାନଙ୍କ ପକ୍ଷରୁ ଆନ୍ଦୋଳନ ପରେ ସରକାର ପତନ ଘଟିଥିଲା। ପରେ ଏହାର ସୁଯୋଗ ନେଇ ହିନ୍ଦୁ ମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର ବିରୁଦ୍ଧରେ ଦେଶରେ ଓ ବିଦେଶରେ ଏହାର ପ୍ରତିବାଦ କରାଯାଉ ଥିବା ବେଳେ ହିନ୍ଦୁ ସମାଜ ପକ୍ଷରୁ ଆଜି ସ୍ଥାନୀୟ ଖଲିକୋଟ କଲେଜ ଛକ ଠାରେ ହିନ୍ଦୁ ସମାଜ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ହିନ୍ଦୁ ସମାଜ ର ବ୍ୟକ୍ତି ବିଶେଷ ଙ୍କ ସହ ସଧାରଣ ଜନତା ମଧ୍ଯ ଏଥିରେ ସାମିଲ ହୋଇଥିଲେ, ବାଂଲାଦେଶ ରେ ଥିବା ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା, ମଠ ମନ୍ଦିର ମାନଙ୍କ ସୁରକ୍ଷା ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇ ଥିଲା,ଏହା ଛଡା ଓଡିଶା ରେ ଥିବା ବଙ୍ଗଳାଦେଶୀ ଅନୁ ପ୍ରବେଶକାରି ଙ୍କୁ ତୁରନ୍ତ ଚିହ୍ନଟ କରି ଆଇନ ଅନୁଯାଇ ପଦେକ୍ଷପ ନେବାକୁ ମଧ୍ଯ ଦାବି ହୋଇ ଥିଲା ଏହି କାର୍ଯ୍ୟକ୍ରମରେ ନରସିଂହ ପାତ୍ର, ପ୍ରହଲ୍ଲାଦ ପାଣିଗ୍ରାହୀ, ଭଗବାନ ଚୌଧୁରୀ,ମାଧବ ନାୟକ, ରଣଜିତ ପାତ୍ର, ଅରୁଣ ପଣ୍ଡା, କେଦାରନାଥ ମହାପାତ୍ର, ସୁକାନ୍ତ ଗୌଡ, ପିଣ୍ଟୁ ସାହୁ, ଅଜିତ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ହିନ୍ଦୁ ସମାଜ ର ବ୍ୟକ୍ତି ବିଶେଷ ଙ୍କ ସହ ସଧାରଣ ଜନତା ମଧ୍ଯ ଏଥିରେ ସାମିଲ ହୋଇଥିଲେ।
Leave A Reply