Odisha news

ଓୟୋ ହୋଟେଲ ରୁମରୁ ସ୍ବାମୀକୁ ଦୁଇ ଯୁବତୀଙ୍କ ସହ ଧରିଲା ସ୍ତ୍ରୀ

0

ଭୁବନେଶ୍ବର: ରାଜଧାନୀରେ ସ୍ଵାମୀ ଉପରେ ଜଣେ ମହିଳା ରସିକ ସ୍ବାମୀର ଷ୍ଟିଙ୍ଗ ଅପରେସନ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ  ଓୟୋ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା ଅଧୀନରେ।

ସୂଚନା ଅନୁଯାୟୀ ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଗତକାଲି ରାତି ପ୍ରାୟ ୩ଟାରେ ଚଢ଼ଉ କରି ପୁଲିସ ଗୋଟିଏ ରୁମରୁ ଜଣେ ପୁରୁଷଙ୍କ ସହ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲା। ପୂର୍ବରୁ ସ୍ବାମୀର ପରକୀୟା ନେଇ ପୁଲିସ ପାଖରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ।

ଦେଢ଼ ବର୍ଷ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା। ତେବେ ସ୍ବାମୀଙ୍କ ଉପରେ ସ୍ତ୍ରୀଙ୍କର ସନ୍ଦେହ ଥିଲା। ଗତକାଲି ରାତିରେ ମହିଳାଙ୍କ ମୋବାଇଲକୁ ଏକ ଜମାଟୋ ଅର୍ଡର ବାବଦରେ ମେସେଜ୍ ଯାଇଥିଲା। ସେହି ମେସେଜରୁ ସ୍ବାମୀ ତାଙ୍କର ଓୟୋ ହୋଟେଲ୍ ରୁମରେ ଥିବା ଜାଣିଥିଲେ ମହିଳା। ଅଭିଯୁକ୍ତ ବ୍ୟକ୍ତିଙ୍କ ଘର କଟକରେ ବୋଲି ଜଣାଯାଇଛି। ୨ ବଙ୍ଗୀୟ ଯୁବତୀ ଓ ସ୍ବାମୀ ଥାନାରେ ଅଟକ ରଖି ପୁଲିସ ଏନେଇ  ଅଧିକ ଖୋଳତାଡ଼ କରୁଛି।

IEC 2 years
Leave A Reply