ଶ୍ରାବଣମାସ ଶୁକ୍ଲପକ୍ଷ ର ପୂର୍ଣିମା ତିଥି ରକ୍ଷାବନ୍ଧନ ପର୍ବ ଭାବରେ ପାଳନ କରାଯାଇ ଥାଏ, ଚଳିତ ଥର ରାକ୍ଷୀ ପୂର୍ଣିମା ଅଗଷ୍ଟ ୧୯ ତାରିଖରେ ପାଳନ ହେବାକୁ ଯାଉଛି l ରାକ୍ଷୀ ହେଉଛି ଭାଇ-ଭଉଣୀ ଙ୍କ ପବିତ୍ର ସମ୍ପର୍କ ର ବନ୍ଧନ ଅଟେ l କିନ୍ତୁ ଚଳିତ ଥର ରାକ୍ଷୀ ପୂର୍ଣିମାରେ ଭଦ୍ରା ଙ୍କ ଛାଇ ରହୁଛି l ଭଦ୍ରା ଙ୍କ ଛାଇ ସମୟ ରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ l ବାରଣାସୀ ର ରାଧାକୃଷ୍ଣ ମନ୍ଦିରର ପୂଜକ ଙ୍କ ଅନୁସାରେ ଚଳିତ ଥର ଅଗଷ୍ଟ ୧୯ ତାରିଖ ଦିନ ସକାଳ ୫ ଟା ୫୩ ରୁ ଏହି ଅଶୁଭ ଯୋଗ ଆରମ୍ଭ ହେଉଛି ଏବଂ ଦ୍ୱିପ୍ରହର ୧ଟା ୩୨ ମିନିଟ ରେ ସମାପ୍ତ ହେବ l ତେଣୁ ଏହିଦିନ ୧ଟା ୩୩ ମିନିଟ ରକ୍ଷା ବନ୍ଧନ ପାଳିତ ହେବ l
ଭଦ୍ରା କାଳ କିଏ ?
ଭଦ୍ରା ଭଗବାନ ସୂର୍ଯ୍ୟଦେବ ଙ୍କ କନ୍ୟା ଅଟନ୍ତି, ଏବଂ ସୂର୍ଯ୍ୟ ଦେବଙ୍କ ପତ୍ନୀ ଛାୟା ଙ୍କ ନିକଟରୁ ଉତ୍ପନ୍ନ ଓ ଶନି ଦେବଙ୍କ ଭଉଣୀ ଅଟନ୍ତି l ମାନ୍ୟତା ରହିଛି ଯେ ଭଦ୍ରା ନିଜ ଭାଇ ଶନି ଦେବଙ୍କ ଭଳି ସ୍ଵଭାଵ ରେ କ୍ରୁର ଅଟନ୍ତି l ଭଦ୍ରାଙ୍କ ସ୍ଵଭାଵ ପିଲାଟି ଦିନରୁ ଖୁବ ଉଗ୍ର ହୋଇଥିବାରୁ ଭଗବାନ ବ୍ରହ୍ମା ତାଙ୍କର କାଳ ଗଣନା କରି ପଞ୍ଚାଙ୍ଗ ଅନୁସାରେ ତାଙ୍କୁ ଗୋଟିଏ ବିଶେଷ ଅଙ୍ଗ ଦେଲେ, ଯାହାଦ୍ୱାରା ସେ ତିନିଲୋକ ରେ ବାସ କରି ଥାଆନ୍ତି , ସେ ସର୍ବଦା ତିନିଲୋକ ରେ ବିଚରଣ କରି ଥାଆନ୍ତି l ଯେତେବେଳେ ଚନ୍ଦ୍ରମା, ମେଷ , ବୃଷ, ମିଥୁନ ରାଶିରେ ସ୍ଥିତ ହୋଇଥାଏ ତେବେ ଭଦ୍ରାଙ୍କ ବାସ ସ୍ୱର୍ଗ ଲୋକରେ ହୋଇଥାଏ l ଯେତେବେଳେ ଚନ୍ଦ୍ରମା, କନ୍ୟା, ତୁଳା ଓ ମକର ରାଶିରେ ସ୍ଥିତ ହୋଇ ଥାଆନ୍ତି ସେତେବେଳେ ଭଦ୍ରାଙ୍କ ବାସ ପାତାଳ ଲୋକରେ ହୋଇଥାଏ l ଏବଂ ଚଳିତଥର ରାକ୍ଷୀ ପୂର୍ଣିମା ରେ ଭଦ୍ରାଙ୍କ ପ୍ରଭାବ ରହୁଛି, ତେଣୁ ଏହି ସମୟରେ ଶୁଭ କାର୍ଯ୍ୟ ବର୍ଜନୀୟ ଅଟେ l
