Odisha news

ତିହିଡି ବଜାର ଜବରଦଖଲ ଉଚ୍ଛେଦ ନିଷ୍ପତ୍ତିକୁ ସାଧାରଣରେ ସ୍ୱାଗତ

0

ତିହିଡି,୦୯/୦୮(ଯଦୁମଣି ପାଣିଗ୍ରାହୀ): ତିହିଡି ବଜାର ରାସ୍ତାର ଦୁଇ ପାଶ୍ୱର୍କୁ ଦୀର୍ଘ ବର୍ଷ ହେଲା ବେଆଇନ ଭାବେ ଜବରଦଖଲ କରି ଦୋକାନ ବ୍ୟବସାୟ ଚଳାଇଥିବା କାରଣରୁ ବଜାରରେ ଯାତାୟାତ ନେଇ ଯେଉଁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ତାହାକୁ ଏ ଅଞ୍ଚଳର ସାଧାରଣ ଲୋକେ ଦୈନିକ ଅଙ୍ଗେ ନିଭାଉଛନ୍ତି । ତେବେ ଅନେକ ଥର ଏହି ଜବରଦଖଲ ଉଚ୍ଛେଦ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି କରାଯାଇଥିଲେ ମଧ୍ୟ ଶେଷରେ ତାହା ଫସର ଫାଟିଯାଇଛି । ମାତ୍ର ଏବେ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ସାରା ରାଜ୍ୟରେ ସରକାରୀ ଜାଗାରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ତିହିଡି ବଜାରରେ ସରକାରୀ ଜାଗା ଜବରଦଖଲ ମୁକ୍ତ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ୱାଗତ କରାଯିବା ସହ ତୁରନ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ଠାରେ ଦାବି କରାଯାଇଛି । ତିହିଡି ବଜାରର ଥାନା ଛକ ଠାରୁ ପୁଣି ବ୍ଲକ ଛକ ଯାଏଁ ଯେଉଁମାନେ ସରକାରୀ ଜାଗାକୁ ବେଆଇନ ଭାବେ ଅବରୋଧ କରି ସ୍ଥାୟୀ ଓ ଅସ୍ଥାୟୀ ଗୃହ ନିର୍ମାଣ କରିବା ସହିତ ଦୋକାନ ବ୍ୟବସାୟ ଚଳାଇଛନ୍ତି ସେମାନେ ୩ ଦିନ ଭିତରେ ଅବରୋଧ ହଟାଇବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିଲା । ଆଜି ସୁଦ୍ଧା ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି । ତେବେ ଏହା ପରେ ଆରମ୍ଭ ହେବାକୁ ଥିବା ଉଚ୍ଛେଦ ଅଭିଯାନ କେତେକ ପ୍ରଶାସନିକ ସମସ୍ୟା ପାଇଁ ଆସନ୍ତା ଅଗଷ୍ଟ ୧୫ ପରକୁ ଘୁଞ୍ଚାଇ ଦିଆଯାଇଥିବା ଶୁଣିବାକୁ ମିଳିଛି । ଅଗଷ୍ଟ ୧୫ ପରେ ହେବାକୁ ଥିବା ଏହି ଉଚ୍ଛେଦ ଅଭିଯାନକୁ ଆଉ ବିଳମ୍ବ କରା ନଯାଇ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ପ୍ରକାଶ ଯେ, ଜବରଦଖଲ ସମସ୍ୟା ଯୋଗୁଁ ବର୍ଷ ବର୍ଷ ହେଲା ତିହିଡି ବଜାରରେ ଟ୍ରାଫିକ ସମସ୍ୟା ଉକ୍ରଟ ରୂପ ଧାରଣ କରିବାରେ ଲାଗିଛି । ଏମିତି କି ତିହିଡି ବଜାର ଅତିକ୍ରମ କରିବାକୁ ଗାଡିମଟର ଠାରୁ ପୁଣି ପଦଚାରୀ ମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ସେହିପରି ଦମକଳ ଗାଡି ଓ ଜରୁରୀକାଳୀନ ରୋଗୀ ବୋହୁଥିବା ଆମ୍ବୁଲାନ୍ସକୁ ବି ରାସ୍ତା ଉପରେ ବହୁ ସମୟ ଯାଏଁ ଛିଡା ହେବାକୁ ପଡୁଛି । ସ୍କୁଲ, କଲେଜ ପିଲା ମାନେ ବି ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସୂଚନା ଥାଉକି, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣ ବେଳେ ଉଭୟ ପାଶ୍ୱର୍ସ୍ଥ ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସହ କ୍ଷତିପୂରଣ ବି ପ୍ରଦାନ କରାଯାଇଥିଲା ଏହା ସତ୍ତ୍ୱେ ବି ସେମାନେ ପୁଣି ସରକାରୀ ଜାଗାକୁ ଅବରୋଧ କରି ନିଜର ଦୋକାନ ବ୍ୟବସାୟ ଚଳାଇ ରଖିଛନ୍ତି ।

Nalco
Leave A Reply