ହମାସ ମୁଖ୍ୟ ଇସ୍ମାଇଲ ହାନିୟା ର ଇରାନ ରେ ହତ୍ୟା ହୋଇଛି, ହମାସ ଏହି ଆକ୍ରମଣ ପଛରେ ଇସ୍ରାଏଲ ର ହାତ ରହି ଥିବାର କହିଛନ୍ତି l କିନ୍ତୁ ଇସ୍ରାଏଲ ପକ୍ଷରୁ ବର୍ତମାନ ମଧ୍ୟ ଏହି ବାବଦରେ କିଛି କୁହାଯାଇ ନାହିଁ l ଇସ୍ମାଇଲ ଇରାନ ର ରାଷ୍ଟ୍ରପତି ମସୂଦ ପେଜେଶକିୟନ ଙ୍କ ଶପଥ ଗ୍ରହଣ ରେ ସାମିଲ ହେବାପାଇଁ ତେହରନ ରେ ପହଂଚି ଥିଲେ l
ଇରାନ ର ଇସ୍ଲାମିକ ରିଭୋଲୁସନାରୀ ଗାର୍ଡ ଫୋର୍ସ ଦ୍ୱାରା ଗୋଟିଏ ବୟାନ ରେ ପୁଷ୍ଟି କରିଛନ୍ତି ତେହରାନ ରେ ଯେଉଁଠି ହାନିୟା ରହିଥିଲେ, ସେହି ଆବାସ ରେ ଆକ୍ରମଣ କରାଯାଇ ଥିଲା l ଏହି ଆକ୍ରମଣ ରେ ହମାସ ମୁଖ୍ୟ ଇସ୍ମାଇଲ ହାନିୟା ଓ ତାଙ୍କର ଗୋଟିଏ ଗାର୍ଡ ଙ୍କର ମୃତ୍ୟୁ ହୋଇଛି l
ହାମସ ପକ୍ଷରୁ ଆରୋପ ଲଗା ଯାଇଛି କି ଇସ୍ରାଏଲ ଏୟାରଷ୍ଟ୍ରାଇକ ରେ ହମାସ ନେତା ହାନିୟା ଙ୍କ ମୃତ୍ୟୁ ହୋଇଥିଲା l ଇରାନ ପକ୍ଷରୁ କୁହାଯାଇଛି ଯେ ବର୍ତମାନ ଏହାକୁ ନେଇ ଯାଞ୍ଚ ଚାଲିଛି l ଏହାଛଡା ବର୍ତମାନ ଏହାକୁ ନେଇ କିଛି ସଠିକ ଖବର ହସ୍ତଗତ ହୋଇନାହିଁ l
ହମାସ ପକ୍ଷରୁ କୁହାଯାଇଛି ଯେ ହାନିୟା ଙ୍କ ମୃତ୍ୟୁ ବେକାର ଯିବ ନାହିଁ, ଏହାର ପ୍ରତିଶୋଧ ନିଆଯିବ l ଏହାକୁ ହମାସ ପକ୍ଷରୁ ଗୋଟିଏ ଭୀରୁ ବୋଲି ଦର୍ଶା ଯାଇଛି l ହମାସ ପକ୍ଷରୁ ଗତ ବର୍ଷ ଅକ୍ଟୋବର ୭ ତାରିଖ ରେ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇ ଥିଲା l ଏହି ଆକ୍ରମଣ ରେ ୧୨୦୦ ଲୋକ ଙ୍କର ମୃତ୍ୟୁ ହୋଇଥିଲା l ଏବଂ ୨୫୦ ଲୋକ ଙ୍କୁ ବନ୍ଧକ ରଖାଯାଇ ଥିଲା l ଏହା ପରଠାରୁ ଇସ୍ରାଏଲ ହମାସ ଉପରେ ଲଗାତାର ଆକ୍ରମଣ କରିଚାଲିଛି l