ବ୍ୟକ୍ତିର ଏହି ୪ଟି ଅଭ୍ୟାସ ତାର ବ୍ୟକ୍ତିତ୍ୱ ବା ପର୍ସନାଲିଟିକୁ କରିଥାଏ ପ୍ରଭାବିତ , ଯାହାକୁ ପ୍ରତ୍ୟେକ ଯୁବl ଜାଣିବା ଜରୁରୀ
ମଣିଷ ର ଅଜାଣତ ରେ ଅନେକ ଗୁଡିଏ ଖରାପ ଅଭ୍ୟାସ ଧୀରେ ଧୀରେ ତାର ସାମ୍ନାକୁ ଆସିଥାଏ, କିନ୍ତୁ ଏହିସବୁ ଅଭ୍ୟାସ ଧୀରେ ଧୀରେ ତାର ପର୍ସନାଲିଟି କୁ ଡାଉନ କରିଦେଇ ଥାଏ l ତେବେ ସେହି ଭୁଲ ଗୁଡିକ ବ୍ୟକ୍ତି ନିହାତି ଜାଣିବା ଜରୁରୀ l
– କିଛି ଲୋକ ଏଭଳି ରହି ଥାଆନ୍ତି ଯିଏକି କିଛିଟା ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭୟ କରନ୍ତି ଏବଂ କୌଣସି ନୂଆ ସ୍ଥିତିକୁ ମଧ୍ୟ ସମୁଖୀନ କରିବା ପାଇଁ ଭୟ କରି ଥାଆନ୍ତି l ଏହି ଅଭ୍ୟାସ ବ୍ୟକ୍ତି ର ପର୍ସନାଲିଟି କୁ ଦୁର୍ବଳ କରିଦେଇ ଥାଏ l
– କିଛି ଲୋକ ଏଭଳି ମଧ୍ୟ ଥାଆନ୍ତି ଯିଏକି ନିଜ କଥାକୁ ନିଜ ସମ୍ମୁଖ ରେ ଥିବା ବ୍ୟକ୍ତିକୁ ଠିକ ଭାବରେ ବୁଝାଇ ପାରନ୍ତି ନାହିଁ, ପର୍ସନାଲିଟି କୁ ଉନ୍ନତ କରିବାକୁ ହେଲେ କମ୍ୟୁନିକେସନ ଲେବୁଲ ମଧ୍ୟ ଉନ୍ନତ ହେବା ଜରୁରୀ l ବ୍ୟକ୍ତି ନିଜ ଶବ୍ଦ ର ଚୟନ ଏବଂ ନିଜ କଥାକୁ ଠିକ ଭାବରେ ବୁଝାଇବା ପାଇଁ ଜାଣିବା ଜରୁରୀ l
– କିଛି ଲୋକ ଏପରି ଥାଆନ୍ତି ଯିଏକି ନୂଆ ଜାଗାକୁ ଯାଇ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭୟ କରିଥାଆନ୍ତି, ଅର୍ଥାତ ସେମାନେ ନିଜ କମ୍ଫର୍ଟ ଜୋନ୍ ରୁ ବାହାରିବାକୁ ଇଛା କରନ୍ତି ନାହିଁ, ଯାହାକି ତାଙ୍କ କ୍ୟାରିଅର ଓ ପର୍ଶନଲ ଗ୍ରୋଥ ରେ ବାଧା ଆଣିଥାଏ l
– କିଛି ଲୋକ କୌଣସି କାର୍ଯ୍ୟ କରିବା ପୂର୍ବରୁ ନେଗେଟିଭ ଭାବନା କୁ ନିଜ ମଧ୍ୟରେ ଏଭଳି ସଜାଡି ନିଅନ୍ତି ଯେ ଯାହା ତାଙ୍କ ପର୍ସନାଲିଟି କୁ ଉଇକ କରିଦେଇ ଥାଏ l ତେଣୁ ଜୀବନ ରେ ଯଦି ଆଗକୁ ବଢିବାକୁ ଚାହୁଁଛନ୍ତି ତେବେ ସକାରାତ୍ମକ ଭାବନା ନେଇ ବଢନ୍ତୁ l ସଫଳତା ର ଦ୍ୱାର ଆପେ ଆପେ ଖୋଲିଯିବ l