Odisha news

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ମହିଳା ଗିରଫ

0

ତିହିଡି,୩୦/୦୭(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୋଡସାହି ଗ୍ରାମରେ ଭଦ୍ରକ ସ୍ୱତନ୍ତ୍ର ଫାଇନାନ୍ସ କମ୍ପାନୀର ଜନୈକା ମହିଳା କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମାଳତୀ ଜେନା ନାମ୍ନୀ ମହିଳାଙ୍କୁ ତିହିଡି ପୋଲିସ ଗିରଫ କରିଛି । ପ୍ରକାଶ ଯେ, ଗୀତାଞ୍ଜଳି ନାୟକ ୨୭ ତାରିଖ ଦିନ କିସ୍ତି ଆଦାୟ ପାଇଁ ମହିଳାଙ୍କ ଘରକୁ ଆସିଥିଲେ । ତେବେ ମହିଳା ଓ ତାଙ୍କର ୩ ବୋହୂ ମିଳିତ ହୋଇ ଗୀତାଞ୍ଜଳିଙ୍କୁ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇପଡିବା ଫଳରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆମ୍ବୁଲାନ୍ସ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ତିହିଡି ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ । ଏ ନେଇ କମ୍ପାନୀ ତରଫରୁ ତିହିଡି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ନଂ-୩୫୨/୨୪ ରୁଜୁ କରି ତଦନ୍ତ କରୁଥିଲା ।

Leave A Reply