Odisha news

ମୋବାଇଲ ଫୋନ ଚୋରି କରି ଫୋନପେରେ ଟଙ୍କା ଉଠାଇ ନେଲେ

0

ତିହିଡି,୩୦/୦୭(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅନ୍ତର୍ଗତ ବାରୋ ଗ୍ରାମରେ ଜନୈକା ମହିଳାଙ୍କ ଘରୁ ମୋବାଇଲ ଫୋନ ଚୋରି କରି ନେଇ ଫୋନପେରେ ଟଙ୍କା ନିଜ ଏକାଉଣ୍ଟକୁ ନେଇଯିବା ଅଭିଯୋଗରେ ପ୍ରିୟବ୍ରତ ମଲ୍ଲିକଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ ମିନତି ନାୟକ ଘରେ ନଥିବା ସମୟରେ ନିକଟସ୍ଥ ଲଞ୍ଜାତାରା ଗ୍ରାମର ପ୍ରିୟବ୍ରତ ତାଙ୍କ ଘର ଭିତରେ ଥିବା ବାକ୍ସ ଭାଙ୍ଗି ମୋବାଇଲ ଫୋନଟି ଚୋରି କରି ନେଇଥିଲା । ପରେ ଫୋନପେ ମାଧ୍ୟମରେ ନିଜ ଏକାଉଣ୍ଟକୁ ୬ହଜାର ୯୨ଟଙ୍କା ଟ୍ରାନ୍ସଫର କରିଥିଲେ । ଫୋନ ପଛପଟରେ ଥିବା ୪ଶହ ଟଙ୍କା ମଧ୍ୟ ପ୍ରିୟବ୍ରତ ନେଇ ଯାଇଥିଲା । ମିନତି ଥାନାରେ ଅଭିଯୋଗ କରିବା ପରେ ତିହିଡି ପୋଲିସ ଏକ ମାମଲା ନଂ-୩୫୪/୨୪ ରୁଜୁ କରି ତଦନ୍ତ କରିବା ପରେ ପ୍ରିୟବ୍ରତକୁ ଗିରଫ କରିଛି । ମୋବାଇଲ ଫୋନଟିକୁ ମଧ୍ୟ ଜବତ କରିଛି । ତେବେ ପ୍ରିୟବ୍ରତ ସମସ୍ତ ଟଙ୍କା ଖର୍ଚ୍ଚ କରି ଦେଇଥିବାରୁ ତାଙ୍କ ନିକଟରୁ ପୋଲିସ କୌଣସି ଟଙ୍କା ଉଦ୍ଧାର କରିପାରିନାହିଁ ।

Leave A Reply