Odisha news

ଜମି ବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳରେ ଦୁଇ ଜଣ ଆହତ

0
ସାଲେପୁର,୨୯/୭:- ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତର ରାଘବ ପୁର ଗାଁରେ ଜମି ବାଡିକୁ କେନ୍ଦ୍ର କରି ଗଣ୍ଡଗୋଳରେ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ହେଉଥିବା ଜଣାପଡ଼ିଛି ।ଘଟଣାରୁ ପ୍ରକାଶ ଜମିବାଡ଼ିକୁ କେନ୍ଦ୍ର କରି ରାଘବପୁର ଗାଁର ବୋହୂ ଧରିତ୍ରୀ ବାରିକ ନିଜ ଦିଅର ଓ ଶାଶୁ ଙ୍କ ସହିତ ଘରେ ଥିବା ସମୟରେ କିଛି ବ୍ୟକ୍ତି ଆସି ସଂଘଵଧ ଭାବେ ଆକ୍ରମଣ କରି ଥିଲେ ଫଳରେ ଧରିତ୍ରୀ ବାରିକଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ସାଲେପୁର ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟପଟେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ଥିବା ସୂଚନା ମିଳିଛି। ଅପର ପଖେ ଫୋନ୍ ଯୋଗେ ଧରିତ୍ରୀଙ୍କ ଦିଅର ପାଖକୁ ପୋଲିସ ଅଧିକାରିଣୀଙ୍କର ପରିଚୟ ଦେଇ ଧମକ ପୂର୍ଣ୍ଣ କଲ ଆସୁଛି।ସେ କଲ୍ ରେକଡ଼ିଂ ପୋଲିସକୁ ଧରିତ୍ରୀଙ୍କ ଦିଅର ଦେଇ ଥିବାର ଜଣା ପଡ଼ିଛି।ପୋଲିସ ଗୁରୁତର ସହ ଏ ରେକଡ଼ିଂ ର ତଦନ୍ତ କରୁଥିବାର ସୂଚନା ମିଳିଛି।
Leave A Reply