Odisha news

ନାବାଳିକା ଛାତ୍ରୀ କୁ ଅସଦାଚରଣ ମାମଲା ,ଅଭିଯୁକ୍ତ ପ୍ରଧାନ ଶିକ୍ଷକକୁ ୩ ବର୍ଷ ଜେଲ ୧୦ ହଜାର ଟଙ୍କା ଜୋରିମାନା।

0

ଫୁଲବାଣୀ, ତା ୨୯।୭ :ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ଵତନ୍ତ୍ର ପୋସ୍କୋ କୋର୍ଟର ମାନ୍ୟଵର ବିଚାରପତି ରାଜେଶ ଦାଶ,ଆଜି ଏକ ନାବାଳିକା ଛାତ୍ରୀ କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡାଙ୍କୁ ସାକ୍ଷୀ ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୪ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି ବିଚାରପତି। ଏଥି ସହିତ ପିଡୀତା କୁ କ୍ଷତିପୂରଣ ବାବଦକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି। ସୁଚନା ଅନୁସାରେ ଗତ ୨୦୧୪ ମସିହା ଜାନୁୟାରୀ ୧୩ ତାରିଖରେ ଅଭିଯୁକ୍ତ କୋଟଗଡ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡା ପିଡିତଙ୍କୁ ଡାକି ତା ସହିତ ଅସଦାଚରଣ କରିଥିଲେ। ପରେ ପିଡିତା ଏହି ସଂକ୍ରାନ୍ତରେ ତା ଘରେ ଯାଇ କହିବା ପରେ, ପରିବାର ଲୋକେ କୋଟଗଡ ଥାନା ରେ ଏ ନେଇ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ କୋଟଗଡ ଥାନା ପୋଲିସ ଏକ ମାମଲା ୩/୨୦୧୪ ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।ପିଡିତାଙ୍କ ପାଇଁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

Leave A Reply