Odisha news

ଝାଡ଼ା ବାନ୍ତି ରେ ଦୁଇ ମୃତ ଦୁଇ ଅସୁସ୍ଥ 

0
ପାରାଦୀପ : ବନ୍ଦର ଭିତିକ  ସହର କୁ ଲାଗିଥିବା ପାରାଦ୍ଵୀପ ଗଡ ଗ୍ରାମରେ ଝାଡା ବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ଦୁଇଟି ପରିବାର ର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାର ର ଆଉ ଦୁଇଜଣ ଆକ୍ରାନ୍ତ ହୋଇଛନ୍ତି ଝାଡା ବାନ୍ତି ରେ। ସେମାନଙ୍କ ମଧ୍ଯରୁ ଜଣେ ଗତକାଲିଠାରୁ କଟକରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉଜଣେ କଟକ ଯାଇଛନ୍ତି ଚିକିତ୍ସା ପାଇଁ ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି। ଗତ ଚଉଦ ଦିନ ତଳେ ପରିବାର ର ସତୁରି ବର୍ଷୀୟ ବୃଦ୍ଧ ଦିଜ ରାଉତଙ୍କର ଝାଡାବାନ୍ତି ରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ତେର ଦିନରେ ଗତକାଲି ପୁତୁରା ବିପିନ ରାଉତ (୪୫) ଙ୍କ ମୃତ୍ୟୁ ହୋଇଛି। ପରିବାର ର ଦୁଇଜଣ ଝିଅ ଏବେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି। ଘର ନିକଟରେ ଯାଇଥିବା ଭଙ୍ଗା ଡ୍ରେନ ଯୋଗୁ ନିକଟରେ ଥିବା ପାଇପ ମୂଳରେ ପାଣି ପଚି ସଢିବା ଓ ସେଠାରେ ଅସ୍ଵାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁ ସେହି ପାଣି ପିଇ ଏହି ଝାଡାବାନ୍ତି ବ୍ଯାପି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପାରାଦ୍ଵୀପ ଗଡ ସରପଞ୍ଚ ଙ୍କୁ ଜଣାଇଥିଲେ ମଧ୍ଯ ପଞ୍ଚାୟତ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହେଉଛି। ଉକ୍ତ ପଞ୍ଚାୟତ ରେ ଡ୍ରେନ ସମସ୍ୟା ପାଇଁ ପ୍ରତିବର୍ଷ ବର୍ଷା ଦିନରେ ଲୋକେ ଜଳବନ୍ଦୀ ସମସ୍ୟା ମଧ୍ଯ ଭୋଗ କରିଥାନ୍ତି | ଚଳିତ ବର୍ଷ ଝାଡ଼ା ବାନ୍ତି ରେ ଦୁଇଜଣ ଙ୍କର ମୃତ୍ୟୁ ହେବା ଓ ଆଉ ଦୁଇଜଣ ଆକ୍ରାନ୍ତ ହେବା ଏବେ ଏହି ଅଞ୍ଚଳରେ ଏକ ଭୟର ବାତାବରଣ ଖେଳାଇ ଦେଇଛି | ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହେଉଛି |
Govt
Leave A Reply