ପାରାଦୀପ : ପାରାଦୀପ ବନ୍ଦର ବର୍ଥ ଓ ଆଙ୍କରେଜ ଏରିଆ ରେ ଥିବା ତିନି ଜାହାଜ କୁ ନେଇ ଏବେ ଚର୍ଚା ବଢିବାରେ ଲାଗିଛି | ଗୋଟିଏ ଘଟଣା ରେ ଗତ ଦୁଇଦିନ ତଳେ ପାରାଦୀପ କୁ ଆସୁଥିବା ଏକ ପାନାମା ଫ୍ଳାଗ ଜାହାଜ ଭାରତୀୟ ଜଳ ସୀମାରେ ଥୁରାୟା ଫୋନ କୁ ବ୍ୟବହାର ନେଇ ରାଡାର ସୂଚନା ପରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ତଟରକ୍ଷୀ ବାହିନୀ ଓ କଷ୍ଟମ ବିଭାଗ ଜାହାଜ କୁ ତନଖି କରୁଥିବା ଜଣାପଡ଼ଛି | ନିୟମ ଅନୁସାରେ ଏହି ଥୁରାୟା ଫୋନ କୁ ଭାରତୀୟ ଜଳ ସୀମା ପୂର୍ବରୁ ସିଲ୍ କରି ଜାହାଜ ରେ ଥିବା ବଣ୍ଡ ବକ୍ସ ରେ ରଖିବା କଥା | ଯାହା ଏହି ଜାହାଜ ରେ କରାଯାଇନାହିଁ | ଓସିଏନ ଗ୍ଲୋରୀ ନାମକ ଏହି ଜାହାଜ ରେ ଆମୋନିଆ ନାଇଟ୍ରେଟ ଖଣିଜ ପଦାର୍ଥ ଆସୁଥିବା ବେଳେ ଏହି ଜାହାଜ ରେ ଥୁରାୟା ଫୋନ ବ୍ୟବହାର ଆହୁରି କଥା କୁ ଜଟିଳ କରି ଦେଇଚି | କାରଣ ମୁମ୍ବାଇ ଆକ୍ରମଣ ରେ ବ୍ୟବହାର ହୋଇଥିବା ଏହି ଥୁରାୟା ଫୋନ ସେବେଠାରୁ ଭାରତୀୟ ଜଳ ସୀମାରେ ନିଷିଦ୍ଧ କରାଯାଇଛି | ଆଉ ଯେଉ ଜାହାଜ ରେ ନାଇଟ୍ରେଟ ଭଳି ବିଷ୍ପୋରକ ତିଆରି ରେ ବ୍ୟବହୃତ ଖଣିଜ ପଦାର୍ଥ ଆସୁଥିଲା ସେହି ଜାହାଜରେ ଥୁରାୟା ଫୋନ ବ୍ୟବହାର କୁ ନେଇ ବିଭାଗୀୟ ସଂସ୍ଥା ଏହାକୁ ଗୁରୁତର ସହ ନେଇଛନ୍ତି | ସେହିପରି ଅନ୍ୟ ଏକ ଘଟଣା ହେଲ ଏକ ବଡ ଦୁର୍ଘଟଣା ରୁ ବର୍ତ୍ତୀଗଲା ହରି ପ୍ରିୟା ଜାହାଜ | ଗତ ଦୁଇଦିନ ତଳେ ଜାହାଜ ଟି ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରିବା ବେଳେ ରାଉଡିଙ୍ଗ ହୋଇ ଯାଇଥିଲା ଅର୍ଥାତ ଜାହାଜ ର ତଳ ଭାଗ ସ୍ତଳ ଭାଗ କୁ ସ୍ପର୍ଷ କରିଥିଲା | ଜାହାଜ କୁ ପାଇଲଟିଂ କରି ଆସୁଥିବା ଦୁଇ ଗୋଟି ଡକ୍ ବୋଟ ଜାହାଜ ର ନିୟନ୍ତ୍ରଣ ରଖିବାରେ ଅସମର୍ଥ ହୋଇଥିବା ବେଳେ ଜାହାଜଟି ଧୀରେ ଧୀରେ ଅଣାୟତ ହୋଇ ପଡିଥିଲା | ବନ୍ଦର ବିଭାଗୀୟ ଅଧିକାରୀ ଏହାକୁ ପରବର୍ତ୍ତୀ ଅବସ୍ତାରେ ଦୀର୍ଘ ସାତ ଘଣ୍ଟା ର ପରିଶ୍ରମ ପରେ ଯାଇ ଜାହାଜ କୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିଲେ | ଯଦି ବନ୍ଦର ପ୍ରବେଶ ମୁହଁରେ ଜାହାଜ ଦୁର୍ଘଟଣା ହୋଇ ଫଶି ରହିଥାନ୍ତା ତେବେ ବନ୍ଦର ବର୍ଥ ଭିତରକୁ ସମ୍ପୂର୍ଣ୍ଣ ଯିବାଆସିବା ବାଧାପ୍ରାପ୍ତ ହୋଇଥାନ୍ତା ବୋଲି ଚର୍ଚା ହେଉଛି | ଅନ୍ୟ ଘଟଣା ଟି ହେଉଛି ବନ୍ଦର ର ଆଙ୍କରେଜ ଇଲାକାରେ ଗୋଟିଏ ଜାହାଜ ବ୍ରେକଡାଉନ ହୋଇ ଦୀର୍ଘ ପନ୍ଦରଦିନ ହେବ ଅଟକି ରହିବା | ଜାହାଜ ର ନାମ ହେଉଛି ଓକ୍ରିମ ଫର୍ଟିଟୁଡ଼େ | ସାତ ତାରିଖ ଦିନ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରୁ ପଣ୍ୟ ନେଇ ଯାଇଥିବା ଜାହାଜ ହଠାତ ଦୂର ସମୁଦ୍ର ର କିଛି ବାଟରେ ଖରାପ ହୋଇ ଅଟକି ଥିବା ବେଳେ ସେ ତାର ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହିଁ | ଏହି ତିନୋଟି ଜାହାଜ ଘଟଣା କୁ ନେଇ ଏବେ ପାରାଦୀପ ରେ ଚର୍ଚା ଆରମ୍ଭ ହୋଇଥିଲା ବେଳେ ବନ୍ଦର ପ୍ରାଧିକରଣ ପକ୍ଷରୁ ଗଣମାଧ୍ୟମକୁ କିଛି ବିଧିବଦ୍ଧ ସୂଚନା ମିଳିନାହିଁ କିମ୍ବା କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ |