ବାରଙ୍ଗ : ବିଶ୍ଵପ୍ରସିଦ୍ଧ ଘୋଷ ଯାତ୍ରାର ପ୍ରତ୍ୟାବର୍ତନ ଯାତ୍ରା ବା ବାହୁଡ଼ାଯାତ୍ରା ଉପଲକ୍ଷେ ଆଜି ରଘୁନାଥପୁରସ୍ଥିତ ମାଉସିମା ମନ୍ଦିରରୁ ନନ୍ଦନକାନନଛକସ୍ଥିତ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ସମସ୍ତ ରୀତିନୀତି ସହ ରଥ ଟଣା ସମ୍ପୂର୍ଣ ହୋଇ ସନ୍ଧ୍ୟାରେ ପହଂଚିଛି । ଆଜି ଭୋର ୫ ଟା ୩୦ ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ୱାରପାଳ ପୂଜା ସକାଳଧୂପ,ବଲ୍ଲଭ , ଦିନ ୧୨ ଟାରେ ଖିଚୁଡ଼ି ଭୋଗ, ସାଢେ୩ଟା ରେ ପହଣ୍ଡି ଆରମ୍ଭ ହୋଇ ୪ ଟାରେ ଛେରା ପଂହଁରା, ସାଢେ୪ରେ ଚାରମାଳ ଫିଟା ପରେ ଦିନ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା । ପରେ ଶହଶହ ଶ୍ରଦ୍ଧାଳୁ ମାନେ ନନ୍ଦନକାନନ ମୁଖ୍ୟରାସ୍ତାରେ ରଥ କୁ ଟାଣି ଟାଣି ନେଇଥିଲେ ।ସେହିଭଳିଭାବେ ମୁଣ୍ଡଳି,ତଳଗଡ଼, ନରାଜ, ବ୍ରାହ୍ମଣୀଗାଁ,ମଧୁବନ, ମୁଣ୍ଡମୁହାଣ, କଣ୍ଟାପାଟଣା,ବେଣ୍ଟକାରପଡା, ଫୁଲପୋଖରୀ,ପଦାସାହି ଆଦି ସ୍ଥାନମାନଙ୍କରେ ବାହୁଡାଯାତ୍ରା ଶାନ୍ତଶୃଙ୍ଖଳାର ସହ ଶେଷହୋଇଛି ।କେତେକ ସ୍ଥାନରେ ବାଜା,ଘଣ୍ଟ ,କାହାଳି,ସଂକୀର୍ତ୍ତନର ବିରାଟ ପଟୁଆର ରଥଆଗରେ ଯାଉଥିବାବେଳେ ଶ୍ରଦ୍ଧାଳୁମାନେ ଝିପିଝିପି ବର୍ଷାକୁ ଖାତିରିନକରି ରଥଟାଣୁଥିବାର ଦେଖିବାକୁ ମିଳିଥିଲା ।