Odisha news

ପିପିଲି ରେ ବାହୁଡାଯାତ୍ରା ସୁରୁଖୁରରେ ଶେଷ

0
ପିପିଲି.- ସବ୍ୟୁ – ମଢିଆଳି ସାହି ସ୍ଥିତ ପଡଉଶୁଣି ମନ୍ଦିର (ଗୁଣ୍ଡିଚା ମନ୍ଦିରରେ) ସକାଳୁ ସମସ୍ତ ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରା ଙ୍କ ପହଣ୍ଡି ବିଜେ କରାଯାଇ ତିନି ଠାକୁରଙ୍କ ରଥା ରୂଢ଼ କରାଯାଇଥିଲା. ସମାଜସେବୀ ପ୍ରଭାକର ପଣ୍ଡା ରଥ ରେ ଚ୍ଛେରା ପହରା କରିବା ପରେ ଅପରାହ୍ନ ଦୁଇଟା ରେ ରଥ ଟଣା ଆରମ୍ଭ ହୋଇ ଥିଲା, ଗୁଣ୍ଡିଚା ମନ୍ଦିର ଠାରୁ ଭକ୍ତ ମାନେ ବହୁ ଆନନ୍ଦ ଉଲ୍ଲାସ ରେ ରଥ ଟାଣି ଅପରାହ୍ଣ ପାଞ୍ଚ ଟା ରେ ପତିତପାବନ ମନ୍ଦିର ଠାରେ ପହଞ୍ଚାଇ ଦେଇଥିଲେ. ଆଜି ର ଏହି ଦିନରେ ଘଣ୍ଟ ହୁଳହୁଳି ଶବ୍ଦରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା, ତା ସହିତ ସ୍ଥାନୀୟ କୁନି କୁନି କଳାକାର ମାନେ ରଥ ଆଗେ ଆଗେ ଓଡିଶୀ ନୃତ୍ୟ କରି ଆସୁଥିବା ବହୁତ୍ ମନୋଲୋଭା ପରିବେଶ ସ୍ରୁଷ୍ଟି କରିଥିଲା. ରଥ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ଶତପଥୀ, ସମ୍ପାଦକ ପ୍ରଭାତ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ମନୋଜ ପ୍ରଧାନ, ଆଇନଜୀବୀ ସୁଧୀର ମହାନ୍ତି, ବିଭୁ ପ୍ରସାଦ ବୈରି ଗଞ୍ଜନ୍ ପ୍ରମୂଖ ଏହାକୁ ପରିଚାଳନା କରିଥିବା ବେଳେ ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ ରାୟ, ଥାନା ଅଫିସର ମାନେ ଏବଂ ପିପିଲି ମହାବିଦ୍ୟାଳୟ ଏନ୍ ସି ସି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ. ପିପୁଲ ଫର୍ ସେବା ପକ୍ଷରୁ ବାଟୋଇ ଙ୍କୁ ପଣା ବଣ୍ଟନ କରାଯାଇଥିଲା l
Leave A Reply