ସାଲେପୁର,୩୦/୬:-ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଶେଖ ଅବ୍ରାର ଅହମ୍ମଦ ଏକ ଜାତୀୟ ସ୍ତର ପତ୍ରିକା (ରାଜସ୍ଥାନ) ନେସନାଲ ଜର୍ଣ୍ଣାଲ ଅଫ ଏନଭାଇରୋମେଣ୍ଟ ଆଣ୍ଡ ସାଇଣ୍ଟିଫିକ ରିସର୍ଚ୍ଚ ର ରିଭ୍ୟୁୟର ରୂପେ ନିଯୁକ୍ତି ପାଇଛନ୍ତି।ଦୁଇଟି ପର୍ଯ୍ୟାୟରେ ହୋଇଥିବା ଚୟନ ପ୍ରକ୍ରିୟାରେ ନିଯୁକ୍ତି ପାଇଛନ୍ତି।ଜତୀୟ ସ୍ତରରେ ବିଭିନ୍ନ ଗବେଷକ ମାନଙ୍କ ଦ୍ୱାରା ଲିଖିତ ଗବେଷଣାତ୍ମକ ଲେଖାକୁ ସେ ରିଭ୍ୟୁ କରିବେ।ଏହା କେବଳ ସାଲେପୁର ଅଂଚଳ ବାସୀଙ୍କୁ ପାଇଁ ଗର୍ବ ଓ ଗୌରବର ବିଷୟ।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରକାଶ ଥାଉକି ଅଧ୍ୟାପକ ଶେଖ ଅବ୍ରାର ଅହମ୍ମଦ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ, ବାରିପଦାରେ ବର୍ତ୍ତମାନ ପି.ଏଚ.ଡି କରିବା ସହ ଏକ ୟୁ.ଏସ.ଏ. ର ଏକ ଅନ୍ତର୍ଜାତୀୟ ସ୍ତରର ଗବେଷଣା ପତ୍ରିକାର ସମ୍ପାଦକ ଓ ରଭ୍ୟୁୟର ରୂପେ କାର୍ଯ୍ୟରତ।(ଫଟ ଅଛି)