ନିୟମିତ ପାଦ ତଳେ ରସୁଣ ଛେଚି ରଗଡିବାର ପାଆନ୍ତୁ ଚମତ୍କାର ଲାଭ , କୋଳେଷ୍ଟ୍ରାଲ , ମଧୁମେହ ସହିତ ରକ୍ତଚାପ ରୁ ମିଳିଥାଏ ଆରାମ
ରସୁଣ ଔଷଧୀୟ ଗୁଣରେ ଭରପୁର ଅଟେ, ଏହା ଆମେ ସମସ୍ତେ ଜାଣିଛୁ l ଆମର ସାଧାରଣ ଭାବରେ ଧାରଣା ରହିଥାଏ ଯେ ରସୁଣ ସେବନ ଦ୍ୱାରା ଥଣ୍ଡା କମିବାରେ ସାହାଯ୍ୟ ମିଳିଥାଏ , କିନ୍ତୁ ରସୁଣ ହେଉଛି ଗୋଟିଏ ପ୍ରାକୃତିକ ଔଷଧ ଏହା ଅନେକ ଗୁଡ଼ିଏ ରୋଗ ପାଇଁ ମଧ୍ୟ ଉପଚାର ହୋଇଥାଏ l ରସୁଣ କୁ ପାଦ ତଳେ ଘଷିବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ l କଣ ଆପଣ ଜାଣିଛନ୍ତି ରସୁଣ କୁ ପାଦ ତଳେ ରଗଡିବା ଦ୍ୱାରା ସ୍କିନ ମାଧ୍ୟମରେ ଶରୀର ମଧ୍ୟକୁ ଯାଇ ବ୍ଲଡ଼ ସୁଗାର କଣ୍ଟ୍ରୋଲ , କୋଳେଷ୍ଟ୍ରାଲ କଣ୍ଟ୍ରୋଲ ଓ ରକ୍ତଚାପ କୁ ସନ୍ତୁଳିତ ରଖିଥାଏ l
ନିକଟରେ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଗୋଟିଏ ସୁଟିଙ୍ଗ ସେଟ ରେ ଥିବା ସମୟ ରେ ପାଦ ତଳେ ରସୁଣ ରଗଡି ଥିଲେ l ଯାହାକି ଖୁବ ଭାଇରାଲ ହୋଇଥିଲା , କାହିଁକିନା ପ୍ରିୟଙ୍କା ଙ୍କ ଗୋଡ଼ରେ ଆଘାତ ଲାଗିଥିଲା l
ପାଦ ତଳେ ରସୁଣ ରଗଡିବାର ଲାଭ –
* ଗଣ୍ଠି ଯନ୍ତ୍ରଣା ଓ ମାଂଶପେସି ପାଇଁ ଲାଭ ଦାୟକ ହୋଇଥାଏ ରସୁଣ ପାଦ ତଳରେ ରଗଡିବା ଦ୍ୱାରା l ଏହା ଗଣ୍ଠି ଫୁଲା କୁ ହ୍ରାସ କରିବା ଦ୍ୱାରା ଓ ଗଣ୍ଠି ଯନ୍ତ୍ରଣା ସହିତ ମାଂସ ପେଷି ଯନ୍ତ୍ରଣା ରୁ ଆରାମ ମିଳିଥାଏ l ନିୟମିତ ରସୁଣ କୁ ତଳିପା ରେ ଘସନ୍ତୁ l
* ଫଙ୍ଗାଲ ଇନଫେକ୍ସନ୍ ଦୂର ହୋଇଥାଏ – ବର୍ଷା ଦିନରେ ପାଦରେ ବିଭିନ୍ନ ପ୍ରକାର ର ଫଙ୍ଗାଲ ଇନଫେକ୍ସନ ଦେଖା ଯାଇଥାଏ l ଏଣୁ ନିୟମିତ ରସୁଣ ପାଦ ତଳେ ରଗଡିବା ଦ୍ୱାରା ଇନଫେକ୍ସନ ରୁ ଆରାମ ମିଳିଥାଏ l
* ବର୍ଷା ଦିନରେ ବର୍ଷା ରେ ଓଦା ହେବା ଦ୍ୱାରା ସର୍ଦି କାଶ ଭଳି ସମସ୍ୟା ଦେଖା ଯାଇଥାଏ l ତେଣୁ ଏମିତି ସ୍ଥିତି ରେ ପାଦ ତଳେ ନିୟମିତ ରସୁଣ କୁ ମାଲିସ କରନ୍ତୁ l ସର୍ଦି କାଶ ରୁ ଆରାମ ମିଳିଥାଏ l
* ବ୍ଲଡ଼ ସୁଗାର ଓ କୋଳେଷ୍ଟ୍ରାଲ ଦୂର ହୋଇଥାଏ – ଯଦି ଆପଣ ହାଇ ବ୍ଲଡ଼ ସୁଗାର ରେ ପୀଡିତ ଥାଆନ୍ତି ତେବେ କିଛି ରସୁଣ କୁ ଛେଚି ପାଦ ତଳେ ରଗଡ଼ନ୍ତୁ l ଏହାଦ୍ୱାରା ବ୍ଲଡ଼ ସୁଗାର ହ୍ରାସ ହୋଇଥାଏ l