ରାଜକନିକା ତା ୧/୦୭ : କେନ୍ଦ୍ରାପଡ଼ା ଜିଲ୍ଲା ଫୁଡ ଡିପାର୍ଟମେଣ୍ଟ ପକ୍ଷରୁ ରାଜକନିକା ଓ଼ ଓଳାଭର ବଜାର ରେ ଚଢ଼ାଉ କରାଯାଇଛି | ଆଜି କେନ୍ଦ୍ରାପଡ଼ା ଫୁଡ ଅଧିକାରୀ ବିଭାସ ମଜୁମଦାର ଓ଼ କର୍ମଚାରୀ ମାନଙ୍କର ରାଜକନିକା କଣ୍ଟପଡା ବଜାରରେ ଥିବା ଶିବା ଲସି ଓ଼ ଫାଷ୍ଟ ଫୁର୍ଡ ଦୋକାନ ଉପରେ ଚଢ଼ାଉ କରାଯିବା ସହିତ ଓଳାଭର ବଜାରରେ ଥିବା କିଛି ଲସି ଓ଼ ଫାଷ୍ଟଫୁର୍ଡ ଦୋକାନ ଉପରେ ଚଢ଼ାଉ କରି ଲସି ଓ଼ ଫାଷ୍ଟଫୁର୍ଡ ଆଇଟମ ର ଯାଞ୍ଚ କରିବା ସହ ଖାଦ୍ୟରେ ଅପମିଶ୍ରଣ ଉପରେ ଗୁରୁତ୍ବ ଦେଇ ଚେତାବନୀ ଦେଇଥିଲେ | ବିଶେଷ କରି ଲସି ରେ ମିଶୁଥିବା ମୁଣ୍ଡଫଟା କଲର,ଦହିର ଓ଼ ଛେନା ର ମାନ, ଫାଷ୍ଟ ଫୁଡ ଦୋକାନର ଡିଫ୍ରିଜ ରେ ରହୁଥିବା ଖାଦ୍ୟ ସାମଗ୍ରୀ ର ମାନ ଆଦିର ଗୁରୁତ୍ବ ଦେବା ସହିତ ଏହି ସବୁ ଦୋକାନୀ ମାନଙ୍କୁ ନୋଟିସ କରିଥିଲେ |