Odisha news

କୋଣାର୍କ କୋର୍ଟରେ ନୂତନ ବିଚାରପତି 

0
କୋଣାର୍କ, ତା ୧/୭- କୋଣାର୍କ କୋର୍ଟରେ ନୂତନ ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ସିତେଶ ମହାନ୍ତି ଆଜି ଯୋଗ ଦେଇଥିବା ଜଣାଯାଇଛି। ଏହି ଅବସରରେ କୋଣାର୍କ ବାର୍ ଆସୋସିଏସନ ପକ୍ଷରୁ ସଂଘ ଗୃହରେ ଏକ ସଭା ଆୟୋଜନପୂର୍ବକ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁର୍ବରୁ ଥିବା ବିଚାରପତି ଭାନୁପ୍ରତାପ ମିଶ୍ର ଅନ୍ୟତ୍ର ବଦଳି ହେବାପରେ ଶ୍ରୀ ମହାନ୍ତି ତାଙ୍କ ସ୍ଥାନରେ ଯୋଗ ଦେଇଥିବା ଜଣାଯାଇଛି।ଶ୍ରୀ ମହାନ୍ତି ସମସ୍ତ ଆଇନଜୀବୀ ମାନଙ୍କ ସହ ପରିଚିତ ହେବା ସହିତ ଏଠାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ଆଗାମୀ ଦିନରେ ନ୍ୟାୟ ପ୍ରଦାନ ପ୍ରକ୍ରିୟା କିପରି ତ୍ଵରାନିତ ହେବ,ସେଥିନେଇ ସେ ସମସ୍ତ ଆଇନଜୀବୀ ମାନଙ୍କ ସହଯୋଗ କାମନା କରିଥିଲେ।ଏହି ସଭାରେ ବାର୍ ସଭାପତି ଶ୍ରୀଜୟ ବରାଳଙ୍କ ସମେତ ସମ୍ପାଦିକା ସବିତା ମିଶ୍ର, ବରିଷ୍ଠ ଆଇନଜୀବୀ ସୁରେଶ ସ୍ୱାଇଁ, ମାଧବ ପତି,ସୋମନାଥ ନିସଙ୍କ, ତପନ ପଟ୍ଟନାୟକ,ଗନ୍ଧର୍ବ ଦଳାଇ, ବିଜୟ ମହାନ୍ତି, ଭଗବାନ ମହାପାତ୍ର,ସତ୍ୟଭାମା ରଥ, ବିଜୟଲକ୍ଷ୍ମୀ ବିଶ୍ଵାଳ, ପ୍ରଦୀପ୍ତ ପାତ୍ର,ଜ୍ୟୋତିରଞ୍ଜନ ପଣ୍ଡା, ଦେବଧୁତ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply