Odisha news

ନଦୀ ରେ ଭାସିଯାଇ ବିବାହିତ ଯୁବକର ମୃତ୍ୟୁ 

0
ଢ଼େଙ୍କିକୋଟ ତା ୧/୭/୨୪ : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ରୁଟିଶିଳା ପଞ୍ଚାୟତ ସାରୁପାଟ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ତେବେ ଗତକାଲି ଅପରାହ୍ଣ ୩ଟା ସମୟରେ ଶାନ୍ତନୁ ନାଏକ ( ୨୮) ନାମକ ଜଣେ ବିବାହିତ ଯୁବକ ନିକଟବର୍ତ୍ତି ବୁଢୀ ନଦୀ କୁ ଗାଧେଇବାକୁ ଯାଇଥିଲେ l ତେବେ ପାଣିର ଗଭିର ସ୍ରୋତରେ ଭାସିଜାଇ ସେ ମୃତ୍ୟୁବରଣ କରିଥିଲେ l ଘର ଲୋକ ତାକୁଂ ଉଦ୍ଦାର କରି ୧୦୮ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖlନାକୁ ନେଇଥିଲେ l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋସ୍ଟ ମୋଟମ କରାଇଛନ୍ତି l ତେବେ ତାଂକର ମୃତ୍ୟୁ ସଂକ୍ରାନ୍ତରେ ତାଙ୍କ ବିଧବା ପତ୍ନୀ ସୁନାଫୁଲ ନାଏକ ଢ଼େଙ୍କିକୋଟ ଫାଣ୍ଡି  ରେ ଲିଖିତ ଆକାରରେ ଜଣାଇଛନ୍ତି l
Leave A Reply