ଜୁଲାଇ ୧ତାରିଖ ରୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ରହିଥିବା ସେବାର ନିୟମ ଗୁଡିକ ପରିବର୍ତନ ହେବାକୁ ଯାଉଛି, ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ମୋବାଇଲ ପୋର୍ଟେବିଲିଟି ନମ୍ବର l ଧୋଖା ଧଡ଼ି ଠାରୁ ରକ୍ଷା ପାଇବା ପାଇଁ ଟ୍ରାଇ ପକ୍ଷରୁ ନୂତନ ନିୟମ ଲାଗୁ ହୋଇଛି l ଏହି ନିୟମ ଜୁଲାଇ ୧ତାରିଖ ଠାରୁ ଲାଗୁ ହେବାକୁ ଯାଉଛି l
* ଜୁଲାଇ ୧ତାରିଖ ଠାରୁ ସିମ ସହିତ ଜଡିତ ଗୋଟିଏ ବଡ଼ ନିୟମ ବଦଳିବାକୁ ଯାଉଛି l ବର୍ତମାନ ଆଉ ସିମ କାର୍ଡ କୁ ଆଉ ସହଜ ରେ ପୋର୍ଟ କରିପାରିବେ ନାହିଁ l ସେଥିପାଇଁ ୟୁଜର୍ସ ଙ୍କୁ ଅପେକ୍ଷା କରିବାକୁ ପଡିବ l ଢ଼ୋଖାଧାଡି ଠାରୁ ରକ୍ଷା ପାଇବା ପାଇଁ ଏହି ନିୟମ ଲାଗୁ ହୋଇଛି l ସିମ ପୋର୍ଟ କରିବାପାଇଁ ବର୍ତମାନ ୧୦ ଦିନ ଅପେକ୍ଷା କରିବାକୁ ପଡିବ ଏବଂ ପ୍ରମାଣପତ୍ର ମଧ୍ୟ ଦେବାକୁ ପଡିବ l ବ୍ୟକ୍ତଗତ ସୁରକ୍ଷା ପାଇଁ ଏହି କାର୍ଯ୍ୟ କରାଯାଉଛି l
* LPG ଦରରେ ହେବ ପରିବର୍ତନ – ପ୍ରତ୍ୟେକ ମାସର ପ୍ରଥମ ଦିନରେ LPG ଗ୍ୟାସ ର ନୂଆ ମୂଲ୍ୟର ଘୋଷଣା ହୋଇଥାଏ , ଜୁଲାଇ ୧ତାରିଖ ସକାଳ ୬ଟା ସମୟ ରେ ଅଏଲ କମ୍ପାନୀ ପକ୍ଷରୁ ନୂଆ ମୂଲ୍ୟ ଘୋଷଣା କରାଯିବ l ଦୀର୍ଘଦିନ ରୁ ୧୪ କେଜି ଘରୋଇ ଇନ୍ଧନ ଗ୍ୟାସ ର ମୂଲ୍ୟ ଅପରିବର୍ତ୍ତିତ ରହିଛି l ନୂଆ ସରକାର ଙ୍କ ଶପଥ ଗ୍ରହଣ ପରେ ଘରୋଇ ସିଲିଣ୍ଡର ର ମୂଲ୍ୟ ହ୍ରାସ ହେବ ବୋଲି ଲୋକଙ୍କର ଆଶା ରହିଛି l
* ଚାରି ଚକିଆ ଯାନ ର ହେବ ମୂଲ୍ୟ ବୃଦ୍ଧି – ଜୁଲାଇ ୧ତାରିଖ ଠାରୁ କାର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି l ଟାଟା ପକ୍ଷରୁ ଚାରି ଚକିଆ ଯାନ ଦର ବୃଦ୍ଧି ୨ ପ୍ରତିଶତ ହୋଇପାରେ l
* PNB ରେ ବନ୍ଦ ହୋଇପାରେ ଆକାଉଣ୍ଟ – ଯଦି ଆପଣଙ୍କ ଆକାଉଣ୍ଟ ପଞ୍ଜାବ ନେସନାଲ ବ୍ୟାଙ୍କ ରେ ରହିଛି ଏବଂ ଏହାକୁ ଦୀର୍ଘ ଦିନରୁ ଆପଣ ବ୍ୟବହାର କରୁ ନାହାନ୍ତି ତେବେ ଏହା ଜୁଲାଇ ୧ତାରିଖ ଠାରୁ ବନ୍ଦ ହୋଇପରେ l ବ୍ୟାଙ୍କ ପକ୍ଷରୁ ଲଗାତାର ଭାବରେ ଏହାକୁ ନେଇ ସୋସିଆଲ ମିଡିଆରେ ଆଲର୍ଟ କରାଯାଇ ଆସୁଛି l ଏବଂ ଖୁବ ଶୀଘ୍ର KYC ମଧ୍ୟ ଅପଡେଟ କରାଇ ନିଅନ୍ତୁ l