Odisha news

ଚଣ୍ଡିତଳରେ ନବ ବିଧାୟକ ଅମର ନାୟକଙ୍କୁ ସମ୍ବର୍ଦ୍ଧନା

0
ଚଣ୍ଡିଖୋଲ :  ବଡଚଣା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଅମରକୁମାର ନାୟକଙ୍କୁ ଚଣ୍ଡିତଳ ପଞ୍ଚାୟତରେ ସମ୍ବର୍ଦ୍ଧନା ଦୀଆଯାଇଛି! ରବିନ୍ଦ୍ର ସାମଲଙ୍କ ସଭାପତିତ୍ୱ ଓ ପ୍ରବୀର ଦାଶଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ! ଏହାର ଉତ୍ତରରେ ବଡଚଣା ମାଟି ସ୍ୱାଭିମାନ ମାଟି ଏହି ମାଟିର ସମ୍ମାନକୁ ଯିଏ ଭୃଲୁଣ୍ଠିତ କରିବାକୁ ପ୍ରୟାସ କରିଛନ୍ତି ବିଫଳ ହୋଇଛନ୍ତି! ନୂଆ ବିକଶିତ ବଡଚଣା ଗଠନ ପାଇଁ ଅନେକ କାମ ବାକି ଅଛି!ସମସ୍ତଙ୍କ ସହଯୋଗରେ ବଡଚଣାକୁ ଏକ ନମ୍ବର କରିବା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ନାୟକ କହିଥିଲେ! ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦିକା ଦେବଜାନୀ ପ୍ରଧାନ,ସମ୍ପାଦକ ପ୍ରମୋଦ ଜେନା,ପୂର୍ବତନ ସମିତି ସଭ୍ୟ ଚିନ୍ମୟ ମହାନ୍ତି,ପ୍ରୀତମ ନାୟକ,ସରପଂଚ ସମୀର ରାଉତ,ଧନେଶ୍ୱର ମହାନ୍ତି,ଜୟରାମ ରାଉତ,ମାନ ଗୋବିନ୍ଦ ରାଉତ,ଆଲିନୁର ହୁସେନ,କାର୍ତିକ ଓଝା, ସନ୍ଦିପ କାନୁନଗୋ ପ୍ରମୂଖ ଯୋଗଦେଇ ଅଭିଭାଷଣ ରଖିଥିଲେ!
Leave A Reply