ବାଲିତୁଠ ୩୦/୬ ଏରସମା ତହସିଲ ଅଧିନ ଢ଼ିଙ୍କିଆ ପଞ୍ଚାୟତ ରେ ବୃହତ ଶିଳ୍ପ ପ୍ରତିଷ୍ଠା ର ଜନଶୁଣାଣୀ ପାଇଁ ବିଜ୍ଞପ୍ତି ଜାରୀ କରାଯାଇଛି ।ସୂଚନା ଅନୁସାରେ ଜିଲ୍ଲା କାର୍ଯ୍ୟାଳୟ ଜଗତସିଂହପୁର ର ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ (ବୃହତ ଶିଳ୍ପ ପ୍ରକଳ୍ପ )ଆଦେଶ ସଂଖ୍ୟା ୯୪୨୫/୨୪ ଦ୍ଵାରା ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି କି ପେଟ୍ରୋକେମିକାଲ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ଏରସମା ତହସିଲ ର ନୂଆଗାଁ ରାଜସ୍ୱ ନିରୀକ୍ଷକ ଙ୍କ ଅଧିନ ଢ଼ିଙ୍କିଆ ପଞ୍ଚାୟତ ଫିରିକି ଛିଟା କନ୍ଧା ମୌଜା ରୁ ୨୨୪.୩୪୧୯ଏକର ଜମି ଅଧିଗ୍ରହଣ କରାଯିବ ।ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀ ଙ୍କ ମତାମତ ନେବା ନିମନ୍ତେ ଆସନ୍ତା ତା ୧୦-୭-୨୦୨୪ ରିଖ ଦିନ ୧୧ଟା ସମୟରେ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ଜନ ଶୁଣାଣି ଶିବିର ସରପଞ୍ଚ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହେବ ।ପ୍ରଭାବିତ ଗ୍ରାମବାସୀ ଉପସ୍ଥିତ ରହି ସାମାଜିକ ପ୍ରଭାବ ଉପରେ ନିଜର ମତାମତ ରଖି ପାରିବେ ବୋଲି ଏକ ବିଜ୍ଞପ୍ତି ଜାରୀ କରା ଯାଇଛି । ଏହାର ଏକ କିତା ନକଲ ଜିଲ୍ଲାପାଳ, ଉପ ଜିଲ୍ଲାପାଳ,ଏରସମା ତହସିଲଦାର,ଢ଼ିଙ୍କିଆ ସରପଞ୍ଚ,ଆରକ୍ଷୀ ଅଧିକ୍ଷକ, ଇଡିକୋ ଓ ଗ୍ରାମବାସୀ ଙ୍କ ଅବଗତି ନିମନ୍ତେ ଦିଆଯାଇଥିବା ସୂଚନା ମିଳିଛି ।