ଯେ କୌଣସି ଜିନିଷ ହୋଇଥାଉ ଅଧିକ ମାତ୍ରା ଶରୀର ପାଇଁ କ୍ଷତିକାରକ ଅଟେ l ଏମିତିରେ ଦେଖିବାକୁ ଗଲେ ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ, ତେଣୁ ବିୟର ପିଇବା ଆମ ପାଇଁ କେତେ ସୁରକ୍ଷିତ l ଆଜିର ଲାଇଫ ଷ୍ଟାଇଲ ରେ ଆଲକୋହଲ ସେବନ କରିବା ଗୋଟିଏ ସାଧାରଣ କଥା l କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସେବନ ଯେ କୌଣସି ଜିନିଷ ଶରୀର ପାଇଁ କ୍ଷତି କାରକ ଅଟେ l
ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ବିୟର ପିଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ହ୍ରାସ ହୋଇଥାଏ, ଆସନ୍ତୁ ଜାଣିବା ଏହା କାହିଁକି ହୋଇଥାଏ, ପ୍ରକୃତରେ କଣ ଏହା ସତ୍ୟ ଅଟେ l
ବିୟର ଗୋଟିଏ ଏଭଳି ଆଲକୋହଲ ଅଟେ, ଯାହା ପ୍ରାୟ ସମସ୍ତ ଭୋଜିଭାତ ରେ ଉପଲବ୍ଧ ଅଟେ l ବିୟର କୁ ନେଇ ଅନେକ ଅଧୟନ ହୋଇଛି, ଏହାକୁ ରିସର୍ଚ୍ଚ ରେ କୁହାଯାଇଛି ଯେ ସୀମିତ ମାତ୍ରାରେ ବିୟର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର l କିଛି ଅଧୟନ ଅନୁସାରେ ବିୟର ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ହ୍ରାସ ହୋଇଥାଏ, ଜାଣନ୍ତୁ ଏଭଳି କାହିଁକି କୁହାଯାଇ ଥାଏ l ଏବଂ ଏହା ପଛର ସତ୍ୟତା କଣ ?
ଆସନ୍ତୁ ଜାଣିବା କଣ କହୁଛି ଅଧୟନ –
ବିୟର ପିଇବାକୁ ନେଇ ଅନେକ ଗୁଡିଏ ତଥ୍ୟ ପ୍ରଦାନ କରାଯାଇଛି l କିଛି ରିସର୍ଚ୍ଚ ରେ ଏହା କୁହାଯାଇଛି ଯେ ବିୟର ରେ ଆଲକୋହଲ ସ୍ତର ୫ରୁ ୭ ପ୍ରତିଶତ କମ ରହିଥାଏ l ବିୟର ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲସ ରେ ଭରପୁର ଅଟେ l ତେଣୁ ଅଧୟନ ଅନୁସାରେ ଏହା କୋଲେଷ୍ଟ୍ରଲ ସ୍ତର କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ତେଣୁ ସୀମିତ ମାତ୍ରାରେ ସେବନ କରିବା ଆବଶ୍ୟକ l
ମଧୁମେହ ରୋଗୀଙ୍କ ପାଇଁ ବିୟର କେତେ ସୁରକ୍ଷିତ –
ମଦ୍ୟପାନ କରିବା ଦ୍ୱାରା ଶରୀରରେ ଇନସୁଲିନ ସ୍ତର ବିଗିଡି ଯାଇଥାଏ l ମିଳିଥିବା ସୂଚନା ଅନୁସାରେ କେବେକେବେ ବିୟର ସେବନ କରୁଥିବା ଲୋକଙ୍କ ତୁଳନାରେ ସେବନ କରୁ ନଥିବା ଲୋକଙ୍କ ନିକଟରେ ମଧୁମେହ ସମସ୍ୟା ଅଧିକ ଦେଖା ଯାଇଥାଏ l ତେଣୁ କମ ବିୟର ସେବନ ଦ୍ୱାରା ଲୋକଙ୍କ ନିକଟରେ ମଧୁମେହ ସହିତ ଲଢ଼ିବା ପାଇଁ ସୁରକ୍ଷାତ୍ମକ ଇଫେକ୍ଟ ରହିଥାଏ l