Odisha news

ନବମ ଦିନରେ ମା’ ଫୁଲକେଶିନୀ ଠାକୁରାଣୀଙ୍କ ଯାତ୍ରା

0

ଆସିକା : ମା’ ଫୁଲକେଶିନୀ ଠାକୁରାଣୀଙ୍କ ସପ୍ତ ଠାକୁରାଣୀ ଙ୍କ ମିଳନ ଯାତ୍ରା ଆଜି ନବମ ଦିନରେ ପହଁଚିଛି।ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ସପ୍ତଠାକୁରାଣୀଙ୍କ ଘଟ ପରିକ୍ରମା ପଞ୍ଚମ ଦିନ ବୁଧବାର ବିଳମ୍ବିତ ରାତ୍ରରେ ଶେଷ ହୋଇଛି। ପାଞ୍ଚଦିନ ଧରି ଘଟ ପରିକ୍ରମା ଶୋଭା ଯାତ୍ରା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ରେ ମହିଳା ଭକ୍ତ ମାନେ ଯାତ୍ରାପରିସର ଭୁକ୍ତ ସାହି ରେ ପରିକ୍ରମା କରିଥିଲେ। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବିଶ୍ରାମ କରି ସପ୍ତ ଠାକୁରାଣୀ ଜନ ସାଧାରଣ ଙ୍କୁ ଦର୍ଶନ ଦେବା କାର୍ଯ୍ୟକ୍ରମ ରହିଛି।ମା’ଫୁଲକେଶିନୀଙ୍କ ଯାତ୍ରାରେ ଶହ ଶହ ମହିଳା ପୁରୁଷ ପ୍ରତ୍ୟେହ ପଣା ପାଣି ପୂଜା କରିବାକୁ ଅସ୍ଥାୟୀ ମଣ୍ଡପରେ ପଂହଞ୍ଚୁ ଛନ୍ତି।ପୂଜା ରେ ଦିନ କୁ ଦିନଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ଼ ବଢ଼ିବାରେ ଲାଗିଛି।ପାଗ ଅନୁକୂଳ ରହି ମେଘୁଆ ରହିଥିବାରୁ ଆଖ ପାଖ ଗ୍ରାମାଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତ ମାନେ ଅସ୍ଥାୟୀ ମଣ୍ଡପରେ ସପ୍ତ ଠାକୁରାଣୀ,ମା ଫୁଲକେଶନୀଙ୍କ,ମା ଖମ୍ବେଶ୍ୱରୀ, ବୁଢ଼ୀ ଠାକୁରାଣୀ, ମା କଳିମୁଖି,ମା ମାଣିକେଶ୍ଵରୀ, ମା ବିମଳା ଓ ଗ୍ରାମଦେବତୀ ଙ୍କୁ ଅସ୍ଥାୟୀ ପୂଜା ମଣ୍ଡପରେ  ଦର୍ଶନ କରି ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟି ରେ ପଣା ସମର୍ପଣ କରୁଛନ୍ତି। ଆଜି ବିଶ୍ରାମ ରେ ସକାଳୁ ଦ୍ଵାର ଫିଟା ପରେ ସ୍ନାନ,ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ ସହ ପୂଜାମଣ୍ଡପରେ ଚଣ୍ଡୀ ପାଠ ଚାଲୁରହିଛି।ପଣ୍ଡିତ ବ୍ରାହ୍ମଣ ଙ୍କ ମନ୍ତ୍ର ଉଚ୍ଚାରଣରେ ଅଞ୍ଚଳରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଛି।ସେହିଭଳି ଯଜ୍ଞ ମଣ୍ଡପରେ  ସୂର୍ଯ୍ୟ ପୂଜା ସହ ମଣ୍ଡପରେ ସ୍ଥପିତ ସମସ୍ତ ଦେବା ଦେବୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ମଧ୍ୟାର୍ଣ୍ଣ ଧୂପ ପରେ ଘୃତ ଯଜ୍ଞ ଚାଲୁ ରହିଛି।ପୂଜା କାର୍ଯ୍ୟ ରେ ପଣ୍ଡିତ ରାମ କୃଷ୍ଣ ନନ୍ଦ,ପ୍ରମୋଦ ହୋତା, ଷଷ୍ଠୀ ପ୍ରସାଦ ହୋତା, ସାନୁଜ ମିଶ୍ର, ସୀତାରାମ ଦାସ, ବିଘ୍ନେଶ୍ୱର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ସମେତ ସହଯୋଗୀ ବ୍ରାହ୍ମଣ ମାନେ ସହାୟତା କରୁଛନ୍ତି।ସେଭଳି ମାନସିକ ବେଶଧାରୀ ମାନେ ମଧ୍ୟ  ବେଶ ପଡି ମାଙ୍କ କୃପାଭିକ୍ଷା କରିଛନ୍ତି।ଆସିକା ଲାଲାଗୋଜି ଛକଠାରେ ଚାଲିଥିବା ଯାତ୍ରା ଅବସରରେ ବିଭିନ୍ନ ସାହିବସ୍ତିରେ ସ୍ଥାପନା କରାଯାଇଥିବା ୫୦ ରୁ ଉର୍ଦ୍ଧ ମେଢ଼ ଦେଖ‌ିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ସୋମବାର ଠାରୁଯାତ୍ରା ପରିସର ବିଭିନ୍ନ ସାହିବସ୍ତିରେ,ବିଭିନ୍ନ ସଂଗଠନ ପକ୍ଷରୁ ସମବେତ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ଖାଦ୍ୟ ପଦାର୍ଥ ବଣ୍ଟନକରାଯାଉଛି । ସେଭଳି ବିଭିନ୍ନ ସାହିବସ୍ତିରେ ମାନସିକଧାରୀ ଶ୍ରଦ୍ଧାଳୁ ବିଭିନ୍ନ ବେଶରେସଜ୍ଜିତ ହୋଇ ଯାତ୍ରା ଅଞ୍ଚଳ ପରିକ୍ରମ କରୁଥିଲା ବେଳେ ମୀନା ବଜାର ଓ ରାମଦୋଳି ଯାତ୍ରାର ଆକର୍ଷଣକୁ ଆହୁରି ଅଧିକ ବଢାଇ ଦେଇଛି।

Leave A Reply