ଠାକୁରମୁଣ୍ଡା ତା ୨୭/୦୬ : ରାଜ୍ୟ ଜଙ୍ଗଲ ପରିବେଶ,ଜଳ ବାୟୁ ପରିବର୍ତ୍ତନ, ଶ୍ରମ,କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ର ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଗୁରବାର ଦିନ ଖଡ଼ିଆ ଜନଜାତି ବସ୍ତି କୁ ଯାଇ ତାଙ୍କର ସମସ୍ୟା ବିଷୟରେ ବୁଝିଛନ୍ତି।ସମସ୍ୟା ବୁଝିବା ପରେ ବସ୍ତି ବାସିନ୍ଦା ଙ୍କ ସମସ୍ୟା ସମାଧାନ କରିବାକୁ ଜଙ୍ଗଲ ବିଭାଗ କୁ ନିର୍ଦେଶ ଦେଇଛନ୍ତି।୫ ବର୍ଷ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଖେଜୁରୀ ଗ୍ରାମର ଖଡ଼ିଆ ଜନଜାତି ପରିବାର କୁ ଜଙ୍ଗଲ ବିଭାଗ ପୁନଃ ବିସ୍ଥାପନ ଯୋଜନା ରେ ୧୧୦ ପରିବାର କୁ ଆଣି ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ଗ୍ରାମପଞ୍ଚାୟତ ସାଲେଇବେଡା ଠାରେ ଆଣି ସେମାନଙ୍କୁ ରଖିଥିଲେ ।ଏ ସମସ୍ତ ପରିବାର କୁ ଜାଗା ଘର ସହିତ ଆବଶ୍ୟକ ସୁବିଧା ଯୋଗାଇ ଦେଇଥିଲେ। ଏହି ବସ୍ତି କୁ ମନ୍ତ୍ରୀ ଯାଇ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।ପାନୀୟ ଜଳ, ରାସ୍ତା ସମସ୍ୟା ସହିତ ତାଙ୍କର ଜୀବନ ଜୀବିକା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା କୁ ମନ୍ତ୍ରୀ ଙ୍କୁ ବସ୍ତି ର ଲୋକ ମାନେ କହିଥିଲେ।ଲୋକ ମାନଙ୍କ ସମସ୍ୟା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଆରସିସିଏଫ ପ୍ରକାଶ ଚନ୍ଦ୍ର ଗଗନନୀ,ଡିଏଫଓ ସୁବ୍ରତ ଜେନା ଠାକୁରମୁଣ୍ଡା ରେଞ୍ଜର କିଶୋର ପାଣିଗ୍ରାହୀ ଙ୍କୁ ବସ୍ତି ବାସିନ୍ଦା ଙ୍କ ଏ ସମସ୍ୟା ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ମନ୍ତ୍ରୀ ଙ୍କ ଗସ୍ତ ସମୟରେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ଭାଜପା ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା,ଉପାଧକ୍ଷ ସନ୍ତୋଷ ମହାନ୍ତ, ସାଲେଇବେଡା ସରପଞ୍ଚ ପେଲଙ୍ଗ ହୋ ଉପସ୍ଥିତ ଥିଲେ।ମନ୍ତ୍ରୀ ସାଲେଇବେଡା ଗସ୍ତ ସମୟରେ କେନ୍ଦୁଜିଆଣି ଠାରେ ଠାକୁରମୁଣ୍ଡା ବ୍ଲକ ଭାଜପା ଦଳ ପକ୍ଷରୁ ସ୍ୱଗତ କରା ଯାଇଥିଲା।ଏଥିରେ ଠାକୁରମୁଣ୍ଡା ମଣ୍ଡଳ ସଭାପତି ରଣଜିତ ବେହେରା,ମହୁଲଡ଼ିହା ମଣ୍ଡଳ ସଭାପତି ଜଗଦୀଶ ମହାନ୍ତ,ଜିଲ୍ଳା ସମ୍ପାଦକ ବିମଳ ସେନାପତି,ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଯୋଗେନ୍ଦ୍ରନାଥ ମହାନ୍ତ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଛେନ୍ଦ୍ର ବେହେରା,ଚିତ୍ତରଞ୍ଜନ ଦାସ ,ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ମହାନ୍ତ ସମେତ ଭାଜପା କର୍ମକର୍ତ୍ତା ମାନେ ମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇଥିଲେ।ସେଠାରୁ ସାଲେଇବେଡା ଯିବା ରାସ୍ତାରେ ମନ୍ତ୍ରୀ କାଶୀବେଡା ଠାରେ ଥିବା ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମନ୍ତ୍ରୀ ଓ ବିଧାୟକ ,ଜିଲ୍ଲା ସଭାପତି ମଲ୍ୟାର୍ପଣ କରିଥିଲେ।