ସୋର ତା ୨୭/୬ – ସୋର ନାଗରିକ ମଞ୍ଚର ପ୍ରତିନିଧି ମଣ୍ଡଳୀ ଓ ଦକ୍ଷିଣ ପୂର୍ବ ରେଳ ବିଭାଗ ଅଧୀନ କମରସିଆଲ ଇନସ୍ପେକଟର ସିରାଜ ଉଦ୍ଦିନ ସାହା,ସୋର ରେଳ ଷ୍ଟେସନର ନୂତନ ଷ୍ଟେଟସନ ମ୍ୟାନେଜର ବିଜୟ କେତନ ମହାଳିକ, ପୂର୍ବତନ ମ୍ୟାନେଜର ସୁରେନ୍ଦ୍ର ଜେନା ତଥା ନୂତନ ଭାବେ ସୋର ଷ୍ଟେସନରେ ସ୍ଥାପିତ ରେଳ ସୁରକ୍ଷା ବଳ ପୋଷ୍ଟ ର ସବ ଇନସ୍ପେକଟର ସପନ କୁମାର ହାଜରାଙ୍କୁ ନାଗରିକ ମଞ୍ଚ ତରଫରୁ ପୁଷ୍ପ ଗୁଚ୍ଛ ଦିଆଯାଇ ସ୍ୱାଗତ କରାଯିବା ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା ହୋଇଯାଇଛି। ଏହି ଆଲୋଚନାରେ ସୋର ରେଳ ଷ୍ଟେସନର ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଷ୍ଟେସନ ପରିସରରେ ମାଦକ ଦ୍ରବ୍ୟ ସେବନ କାରୀ ଅସାମାଜିକ ବ୍ୟକ୍ତି ମାନଙ୍କ ଉପରେ ରୋକ ଲଗାଇବା, ସଂରକ୍ଷିତ ଟିକେଟ ନେଉଥିବା ଯାତ୍ରୀ ମାନଙ୍କୁ ସୁରକ୍ଷା ଦେବା,ଷ୍ଟେସନ ପରିସର ସଫା ରଖିବା, ମୋଟର ସାଇକେଲ ପାର୍କିଙ୍ଗକୁ ଶୃଙ୍ଖଳିତ କରିବା, କୋଚ ଇଣ୍ଡିକେଟର ନଲାଗିବା ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୋଚ ପୋଜିସନ ବାରମ୍ବାର ଘୋଷଣା କରିବା, ନୂତନ ଭାବେ ଚାଲିବାକୁ ଥିବା ବାଲେଶ୍ୱର ମୁମ୍ବାଇ ଟ୍ରେନ ଓ ଦୂରଗାମୀ ସାପ୍ତାହିକ ଟ୍ରେନର ରହଣି, ଲୋକାଲ ଟ୍ରେନ ଗୁଡିକ ସଠିକ ସମୟରେ ଯାତାୟାତ କରାଇବା , ବାଙ୍ଗିରପୋଷି ଟ୍ରେନର ସଂରକ୍ଷିତ ଟିକେଟ କୋଟା ବାଙ୍ଗିରପୋଷିରୁ କାଟି ସୋରକୁ ଦେବା,ତୁରନ୍ତ ଦ୍ୱିତୀୟ ରେଳ ଉଭରବ୍ରିଜ ତଥା ଲିପ୍ଟି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ଗୁରୁତ୍ୱ ଦିଆ ଯାଇଥିଲା।
ଏହି ଆଲୋଚନା ବେଳେ ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ,ସମ୍ପାଦକ ନରହରି ନାୟକ, ମାୟାଧର ନାୟକ,ମନୋଜ କୁମାର ରାୟ , ଦାମୋଦର ଦାଶ ମହାପାତ୍ର,ଉଦ୍ଧବ ଚରଣ ବିଶ୍ୱାଳ, ବାସୁକୃଷ୍ଣ ମହାପାତ୍ର, ଜିତେନ୍ଦ୍ର କୁମାର ବେହେରା, ପ୍ରଫୁଲ୍ଲ ଷଡ଼ଙ୍ଗୀ, ଚକ୍ରଧର ପାଢୀ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।