Odisha news

ମୋ ବସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର

0
ସାଲେପୁର,୨୭/୬:-ଆଜି ସକାଳୁ କଟକ ସାଲେପୁର ମୁଖ୍ୟ ରାସ୍ତାର  ଶିଶୁଆ ବଜାର ନିକଟରେ ମୋ ବସ୍ ଧକ୍କାରେ ଦଶମ ଶ୍ରେଣୀର ଛାତ୍ର ଗୁରୁତର।ଘଟଣାରୁ ପ୍ରକାଶ ଶିଶୁଆ ଗ୍ରାମର ଅମୂଲ୍ୟ ଛାଟୋଇଙ୍କ ପୁଅ ବଳରାମ ଛାଟୋଇ ଟିଉସନରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପଛପଟରୁ ମୋ ବସ ନଂଓଡି ୦୫ ଡବ୍ଲ୍ୟୁ ୬୫୧୮ ଧକ୍କା ଦେବା ସହ ଛାତ୍ର ଜଣକୁ ପାଖାପାଖି ୧୫ମିଟର ସାଇକେଲ ସହ ଘୋଷାରି ନେଇ ଯାଇଥିବା ଦେଖିବାକୁ ମିଳିଥିଲା।ବଳରାମଙ୍କୁ ଗୁରୁତର ଅବସ୍ଥାରେ ସ୍ତାନୀୟ ଲୋକେ ଉଦ୍ଧାର କରି  ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ବଳରାମଙ୍କୁ ଡକ୍ଟର ପ୍ରାଥମିକ ଚିକିତ୍ସା କରିଥିଲେ, ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ସ୍ତାନୀୟ ଲୋକେ ମୋ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଉଭୟ ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ଘଟଣା ର ତଦନ୍ତ କରୁଥିବା ଜଣାପଡିଛି। ଏଠାରେ ପ୍ରକାଶଯୋଗ୍ୟ ମୋ ଵସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।
Leave A Reply