Odisha news

ବିଜେଡି ଯୁବ ନେତାଙ୍କ ଘରେ ବୋମା ମାଡ଼ ଅଭିଯୋଗ

0
ସାଲେପୁର,୨୭/୬:-କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ ପୁରୁଣାହାଟ ପଞ୍ଚାୟତର ସୋଗଲ ଗ୍ରାମରେ ବିଜେଡି ଯୁବ ନେତା  ଚିତ୍ତରଞ୍ଜନ ପୁହାଣ ଓରଫ ମିଟୁ ପୁହାଣଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ  ଦୁର୍ବୁତ୍ତଙ୍କ ବୋମାମାଡ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଦୀର୍ଘବର୍ଷ ଧରି ବିଜେଡିରେ ଯୁବ ନେତା ଭାବେ କାମ କରିଆସୁଥିବା ଶ୍ରୀ ପୁହାଣଙ୍କ ଘର ଉପରକୁ ଗତ କାଲି ବିଳମ୍ବିତ ରାତିରେ ଗୋଟିଏ ଓ ଘର ପାଖ ରାସ୍ତା ଉପରେ ଦୁଇଟି ବୋମାମାଡ଼ କେହି ଦୁର୍ବୁତ୍ତ କରିଥିବାର କିଶନ ନଗର ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ କେହି ଆହତ ହୋଇ ନଥିବା ବେଳେ ଘରର ଝରକା କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ କିଶନ ନଗର ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚିତ୍ତରଞ୍ଜନଙ୍କ ଘରକୁ କିଏ ବୋମାମାଡ଼ କଲା ଓ କାହିଁକି କଲା ତାହା ତଦନ୍ତ ସାପେକ୍ଷ।ରାଜନୈତିକ ଆକ୍ରୋସ ନା ସରକାର ବଦଳିଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସୁଚିନ୍ତିତ ସଡ଼ଯନ୍ତ୍ର। ତେଣୁ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ଏହି ବୋମାମାଡ଼ ର ପ୍ରକୃତ ରହସ୍ୟ ଉପରୁ ପରଦା ଉଠି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।
Leave A Reply