Odisha news

ବାଇକ-କାର ମୁହାଁମୁହିଁ ଧକ୍କା,କାରଚାଳକ ଫେରାର

0
ବାରଙ୍ଗ : ଗୁରୁବାର ସକାଳେ  ମେଣ୍ଢାଶାଳମେଡିକାଲଛକଠାରେ କାର ସହ ମଟରସାଇକେଲମୁହାଁମୁହିଁ ଧକ୍କାହେବାରୁ କାର ଓ ବାଇକ ଉଭୟଗାଡି ଭାଙ୍ଗିରୁଜି ଯାଇଥିବାବେଳେ ବାଇକଚାଳକ ଗୁରୁତରଆହତହୋଇଥିବାର ଜଣାପଡିଛି ।ଜାମୁଝରିଗ୍ରାମର ଜଣେ ଯୁବକ ଓଡି-୩୩କେ-୧୫୫୦ନଂବାଇକ ନେଇ ମେଡିକାଲକୁଆସୁଥିଲେ ।ସେ ବାମପଟରୁ ମେଡିକାଲ ରାସ୍ତାକୁ ଯିବାସମୟରେ ଚନ୍ଦକାପଟରୁଆସୁଥିବା ଏକ ଓଡି-୦୫ୱାଇ-୨୮୯୯ନଂ କାର ସହ ତାଙ୍କର ମୁହାଁମୁହଁ ଧକ୍କାହୋଇଥିଲା ।ଫଳରେ ବାଇକରୁ ଛିଟିକି ବାଇକ ଚାଳକଜଣଙ୍କ ରକ୍ତଜୁଡୁବୁଡୁହୋଇ ଗୁରୁତରଆହତଅବସ୍ଥାରେ ରାସ୍ତାଉପରେ ପଡିଥିଲେ ।ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିଥିଲେ ।ଖବରପାଇ ମେଣ୍ଢାଶାଳ ଫାଣ୍ଡିପୋଲିସ ପହଁଚି ଦୁର୍ଘଟଣାଗ୍ରସ୍ଥ ଉଭୟଗାଡିକୁ ଜବତ କରିଥିଲେ ମଧ୍ୟ ଘଟଣାସ୍ଥଳରୁ କାରଚାଳକ କୈାଶଳକ୍ରମେ ଖସିପଳାଇଥିବାର ଜଣାପଡିଛି ।
Leave A Reply