Odisha news

ନୂଆସାହିରେ ପୁନର୍ବାର ଉପଲବ୍ଧ ହେବ ଆୟୁର୍ବେଦିକ ଚିକିତ୍ସା ସେବା

0

ତିହିଡି, ୨୧/୦୬(ଯଦୁମଣି ପାଣିଗ୍ରାହୀ): ଦୀର୍ଘ ବର୍ଷର ପଅତୀକ୍ଷାର ଅନ୍ତ ଘଟିଛି । ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ଅଧିନ ନୂଆସାହି ଠରେ ପୁନର୍ବାର ଉପଲବ୍ଧ ହେବାକୁ ଯାଉଛି ଆୟୁର୍ବେଦିକ ଚିକିତ୍ସା ସେବା । ନୂଆସାହିସ୍ଥିତ ସରକାରୀ ବିଦ୍ୟାଳୟରେ ଶନିବାର ଠାରୁ ଏହି ଚିକିତ୍ସାଳୟ କାର୍ଯ୍ୟ କରିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ଗତ ତା ୦୫.୦୮.୧୯୯୭ ରିଖ ଠାରୁ ନୂଆସାହିରେ ସରକାରୀ ଆୟୁର୍ବେଦିକ୍ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହୋଇ ଆସୁଥିଲା । ତେବେ ୮ ବର୍ଷ ·ଲିବା ପରେ ରାସ୍ତା ସମସ୍ୟା ନେଇ ଡାକ୍ତର ଓ କର୍ମ·ରୀମାନେ ସେଠାକୁ ଯିବାକୁ ଅସୁବିଧା ହୋଇଥିଲା ଏବଂ ନିଷ୍ପତି ଅନୁସାରେ ସିନେ୍ଦାଳ ପଞ୍ଚାୟତ ଅଧିନ କମାରିଆ ଗାଁରେ ଏକ ସରକାରୀ ଗୃହରେ ଏହା ଅସ୍ଥାୟୀ ଭାବେ କାର୍ଯ୍ୟ କରିଆସୁଥିଲା । ମାତ୍ର କିଛି ବର୍ଷ ହେବ ଏହି ଚିକିତ୍ସାଳୟ ଗୃହ ନିର୍ମାଣ ନିମନ୍ତେ ସରକାରୀ ସ୍ତରରେ ବ୍ୟୟବରାଦ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ ଏବଂ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହାକୁ ମଙ୍ଗଳପୁର ପଞ୍ଚାୟତରେ ନିର୍ମାଣ କରିବା ଲାଗି ମସୁଧା ଚଳାଇଥିଲେ ଓ ଲେ-ଆଉଟ୍ ମଧ୍ୟ କରିଥିଲେ । ଏହାକୁ ବିରୋଧ କରି ଗତ ତା ୨୨.୦୪.୨୪ରିଖରେ ଗ୍ରାମବାସୀ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିର୍ବର୍ାଚନ ପରେ ଚଳିତ ମାସ ୧୯ ତାରିଖରେ କମାରିଆରେ ଗାଁରେ ଆୟୁର୍ବେଦିକ୍ ଚିକିତ୍ସାଳୟର ଗୃହ ନର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୂନଶ୍ଚ ଲେ-ଆଉଟ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ଚିକିତ୍ସାଳୟର ଠିକଣା ନୂଆସାହି ବୋଲି ଉଲ୍ଲେଖ ରହିଥିବା ବେଳେ ତାହା କ’ଣ ପାଇଁ କମାରିଆରେ ରେ ସେଥିନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଥିଲେ । ଭବିଷ୍ୟତରେ ରାତିଅଧିଆ ଗୃହ ନିର୍ମାଣ କରି ଉକ୍ତ ଚିକିତ୍ସାଳୟକୁ କମାରିଆରେ ନିୟମିତ ·ଲୁ କରାଯାଇପାରେ ବୋଲି ଗ୍ରାମବାସୀ ସନେ୍ଦହ ପ୍ରକଟ କରି ତୁରନ୍ତ ଚିକିତ୍ସାଳୟକୁ ନୂଆସାହିକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ସରପଞ୍ଚ ସୁପ୍ରଭା ପାଣି ଚିକିତ୍ସାଳୟର ଡାକ୍ତର ଇତିଶ୍ରୀ ଦାସ ଓ ଫାର୍ମାସିଷ୍ଟଙ୍କୁ ଭେଟି ଆଲୋଚନା କରିଥିଲେ । ପୂର୍ବତନ ସମିତି ସଭ୍ୟ ମୀନକେତନ ସେନାପତି, ନାରାୟଣ ପୃଷ୍ଟି, ଯୁବନେତା ଦୀପକ ଦାସ, ଗୋରାବାବୁ ସାହା, ନାଗେଶ୍ୱର ମଳିକ, ଗଣେଶ୍ୱର ମଳିକ, ଜଗବନ୍ଧୁ ମଳିକ, ରାମଚନ୍ଦ୍ର ମଳିକ, ପଞ୍ଚାନନ ମଳିକ, ଅର୍ଜୁନ ମଳିକ, ବିଦ୍ୟାଧର ମଳିକ, ଚିନ୍ତାମଣି ମଳିକ, ଜଗତ ମଳିକ, ନିର୍ମଳ ମଳିକ ପ୍ରମୁଖ ସମେତ ଶତାଧିକ ମହିଳା ଉପସ୍ଥିତ ରହି ଚିକିତ୍ସାଳୟ ସ୍ଥାନାନ୍ତର କରାଯିବା ନେଇ ସ୍ଥିର କରିଥିଲେ । ଶେଷରେ ମଧ୍ୟାହ୍ନରେ ଚିକିତ୍ସାଳୟର ସମସ୍ତ ସରଞ୍ଜାମକୁ ଗାଡିଯୋଗେ ନୂଆସାହି ନିଆଯାଇଥିଲା । ଶନିବାର ଠାରୁ ନୂଆସାହିରେ ଏହି ଚିକତ୍ସାଳୟ ପୂର୍ବପରି ·ଲୁ ରହିବ ବୋଲି ଜଣାଯାଇଛି ।

Leave A Reply