ବାରିପଦା, : ଦେଶର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ପିଏମ୍ କିଷାନ ଟଙ୍କା । ବାରାଣସୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ସପ୍ତଦଶ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି । ୧୭ତମ କିସ୍ତିରେ ଦେଶର ୯କୋଟି ୨୬ଲକ୍ଷ ଚାଷୀଙ୍କ ଖାତାକୁ ପ୍ରତିବର୍ଷ ପିଛା ୬ହଜାର ଟଙ୍କା ଲେଖାଏଁ ହିସାବରେ ପ୍ରାୟଃ ୨୦ହଜାର କୋଟିଟଙ୍କା ଡାଇରେକ୍ଟ ବ୍ୟାଙ୍କ ଟ୍ରାନସ୍ଫର ହୋଇଛି ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟଃ ଦୁଇଲକ୍ଷ ତେର ହଜାର ଚାଷୀମାନେ ଏହା ମାଧ୍ୟମରେ ଉପକୃତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ତତ୍ତ୍ୱାବଧାନରେ, ସ୍ଥାନୀୟ ପ୍ରୟାସ ହଲ ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସରସକଣା ବିଧାୟକ ଭାଦବ ହାଁସଦା, ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ କୁମାର ବେହୁରା, ବରିଷ୍ଠ କୃଷି ବିଜ୍ଞାନୀ ଡଃ ସଂଘମିତ୍ରା ପଟ୍ଟନାୟକ ଉପସ୍ଥିତ ଚାଷୀ ଭାଇଭଉଣୀ ଓ କୃଷି ସଖି ମାନଙ୍କ ସହ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।