Odisha news

ଏମ୍ପିସି ସ୍ୱୟଂଶାସିତ କଲେଜରେ ସାମ୍ସ ନାମ ଲେଖା ପ୍ରକ୍ରିୟାର ପ୍ରଶିକ୍ଷଣ ଶିବିର

0

ବାରିପଦା  : ଚଳିତଶିକ୍ଷା ବର୍ଷର ୟୁଜି, ପିଜି ଏବଂ ବି.ଇଡି ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ଅନୁବିଧି ସମ୍ପର୍କରେ ଏକ ବିସ୍ତୃତ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏମ୍ପିସି ସ୍ୱୟଂଶାସିତ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ନମ୍ବର ୨୨୫୩୦, ଜୁନ୍ ୬ତାରିଖ ୨୦୨୪ ଅନୁସାରେ ଏମ୍ପିସି କଲେଜ ନୋଡାଲ୍ କେନ୍ଦ୍ରରେ ମୟୂରଭଞ୍ଜ ଜିଲ୍ଲାର ୩୯ଟି ଡିଗ୍ରୀ କଲେଜର ଆଡ୍ମିସନ ଓଆଇସି ମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁ ଆନୁଷ୍ଠାନିକ ଭାବରେ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କଲେଜର ଆଡମିସନ ଅଧିକାରୀ ଅନନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ସହ ଅଧିକାରୀ ଚନ୍ଦ୍ରଶେଖର ଭୋଇ ପରିଚାଳନା କରିଥିଲେ । କଲେଜ ସାମ୍ସ କେନ୍ଦ୍ରର ଡିଇଓ ଅନିଲ କୁମାର ଦାଶ ଅଧିକାରୀ ମାଷ୍ଟର ଟ୍ରେନର ରୂପେ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଷଦ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply