Odisha news

ପିଆରଏମ୍ ଠିକା କର୍ମଚାରୀଙ୍କ ୧୨ଦଫା ଦାବି ନେଇ ଆନେ୍ଦାଳନ, ଦାବି ହାସଲ ପାଇଁ ଧାରଣାରେ

0

ବାରିପଦା  : ଗୁରୁବାର ସକାଳୁ ୧୨ ଦଫା ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଲେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର କାର୍ଯ୍ୟରତ ଥିବା ଠିକା କର୍ମଚାରୀ । ବାରମ୍ବାର ଦାବି ସମ୍ବନ୍ଧରେ ମେଡିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଉଥିଲେ ମଧ୍ୟ ଦାବି ସମ୍ବନ୍ଧରେ କେହି କର୍ଣ୍ଣପାତ କରୁନାହାଁନ୍ତି । ଶେଷରେ ନିରୂପାୟ ହୋଇ ଠିକା କର୍ମଚାରୀ ମାନେ ଧାରଣାରେ ବସିଛନ୍ତି । ଦାବିଗୁଡିକ ହେଲା ମାସର ୧ତାରିଖ ରୁ ୫ତାରିଖ ମଧ୍ୟରେ ଦରମା ଦିଆଯାଉ, ଏକ୍ସଟ୍ରା ଡିୟୁଟି ଅର୍ଡର କରାଯାଉ, ଡବଲ୍ ୱାର୍ଡ ଡିୟୁଟି ଦିଆନଯାଉ, ଇଏସଆଇ କାର୍ଡ ପ୍ରଦାନ କରାଯାଉ ଏବଂ ପ୍ରତ୍ୟେକ ମାସ ଇପିଏଫ ସ୍ଲିପ୍ ପ୍ରଦାନ କରାଯାଉ, ସମସ୍ତଙ୍କୁ ଆଇକାର୍ଡ ପ୍ରଦାନ କରାଯାଉ, ଡ୍ରେସ କୋର୍ଡ ଦିଆଯାଉ ଏବଂ ଫେବୃଆରୀ ମାସର ବଢା ଦରମା ମାର୍ଚ୍ଚ ମାସର ଦରମାର ସହିତ ସମ୍ପୃକ୍ତ କରାଯାଉ ଆଦି ଦାବିମାନ କରାଯାଇଛି । ଦୀର୍ଘ ଘଣ୍ଟା ଧରି ଭୋକ ଉପାସରେ ଠିକା କର୍ମଚାରୀ ମାନେ ଆନେ୍ଦାଳନରେ ବସିଥିଲେ ମଧ୍ୟ ସେମାନଙ୍କ ଦାବି ସମ୍ବନ୍ଧରେ କୌଣସି ସମାଧାନ ରାସ୍ତା ବାହାରି ନଥିବାରୁ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ପିଆରଏମ୍ ସୁପରିଟେଣ୍ଡେଣ୍ଟ ରବିନ୍ଦ୍ର କୁମାର ମିଶ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ ଠିକା କର୍ମଚାରୀଙ୍କ ଦାବି ସମ୍ବନ୍ଧରେ ଅବଗତ ଅଛନ୍ତି ଏବଂ ଏନେଇ ସେ ସମ୍ପୃକ୍ତ ଠିକା ସଂସ୍ଥାକୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ଏବଂ ଠିକା କର୍ମଚାରୀଙ୍କ ଦାବି ଯଥାସମ୍ଭବ ସମାଧାନ କରିବା ପାଇଁ ସେ ଚେଷ୍ଟିତ ଅଛନ୍ତି ବୋଲି ମତ ରଖିଥିଲେ ।

Leave A Reply