Odisha news

ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କୁ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନପାଇଁ ଉଦ୍ଧିଷ୍ଟ ଅନୁଦାନରୁ ବଞ୍ଚିତ କୁ ନେଇ ବିରୋଧ

0
ହିଞ୍ଜିଳିକାଟୁ ତା ୨୦/୬  :  ଭୀଷଣ ଗ୍ରୀଷ୍ମ ପ୍ରବାହ ପାଈଁ  ଗଞ୍ଜାମ ଜିଲ୍ଲାପାଳ ଗତ ୧୮ ରୁ  ୨୦  ଯାଏ ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ  ସତ୍ତ୍ୱେ   ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ ଆଳରେ ହିଞ୍ଜିଳି ବ୍ଲକ ଶିକ୍ଷାଧିକାରୀଙ୍କ ଫତୁଆରେ ଏହି ବ୍ଲକର ବିଭିନ୍ନ ବିଦ୍ୟାଳୟ ଖୋଲିଛି l ତେବେ ଏଥିପାଇଁ ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ଅନୁଦାନ ପ୍ରଦାନରେ ବ୍ଲକର ବିଭିନ୍ନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଏହି  ଅନୁଦାନରୁ ବଞ୍ଚିତ କରାଯାଉଥିବାରୁ କ୍ଷୋଭ ପ୍ରକାଶ ପାଇ ବିରୋଧର ସ୍ବର ଉଠିଥିବା ଜଣାଯାଇଛି l
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ” ବିଦ୍ୟାଳୟ ନିରାପତ୍ତା ପଲିସି ୨୦୧୬ ” ନିର୍ଦ୍ଦେଶ ପରେ ଓସଡ଼ାମା ଙ୍କ ମେମୋ ନଂ ୨୬୨/OSDMA/୧୮ ତା ୨୮.୩.୨୦୧୮ ଓ ପ୍ରିନ୍ସିପଲ୍ ସେକ୍ରେଟାରୀ, ଓଡ଼ିଶା ସରକାରଙ୍କ ଚିଠି ନଂ ୩୪୩୭ (୩୦)/ PLG/୫.୪.୨୦୧୮ ପ୍ରକାରେ ୨୦୧୮ ସାଲରୁ ସାରା ଓଡ଼ିଶାରେ ଶିକ୍ଷା ବର୍ଷ ପ୍ରାରମ୍ଭରେ ” ବିଦ୍ୟାଳୟ ନିରାପତ୍ତା ସପ୍ତାହ ” ସରକାରୀ ଗାଇଡ ଲାଇନ ଅନୁସାରେ ପାଳନ କରି ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରଧ୍ୟାନ୍ୟ ଦିଆଯାଉଛି l ଏହି ବ୍ୟବସ୍ଥାକୁ ତଦାରଖ ପାଇଁ ଜିଲ୍ଲା, ବ୍ଲକ ଓ ବିଦ୍ୟାଳୟ ସ୍ଥରରେ କମିଟି ମାନ ଗଠନ କରାଯାଇଛି l
ମାତ୍ର ଏଥିପାଇଁ ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ଆର୍ଥିକ ଅନୁଦାନ ପ୍ରଦାନରେ ଅନୁସରଣ କରାଯାଉଥିବା ପାତର ଅନ୍ତର ନୀତିକୁ ନେଇ କ୍ଷୋଭ ପ୍ରକଟ ପୂର୍ବକ ହିଞ୍ଜିଳି ବ୍ଲକ ରେ ପ୍ରତିବାଦର ସ୍ବର ଉଠିଥିବା ଜଣାଇଛି l ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ସରକାରୀ ବିଦ୍ୟାଳୟ ମାନଙ୍କୁ ବିଦ୍ୟାଳୟ ପିଛା ୨୦୦୦ ଟଙ୍କା, ଆମ ସଂସ୍କୃତି ଆମ ଖେଳନା ବାବଦ କୁ ୫୦୦୦ ଟଙ୍କା, ବିଦ୍ୟାଳୟର ଶିକ୍ଷକ ପିଛା ୫୦୦/- ଓ ବାର୍ଷିକ ଅନୁଷ୍ଠାନ ପରିଚାଳନା ପାଇଁ କମ୍ପୋଜିଟ ଗ୍ରାଣ୍ଟ ବାବଦକୁ ୭୫୦୦୦/- ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟର ଅନ୍ୟ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କୁ ଆଏହି ଅନୁଦାନରୁ ବଞ୍ଚିତ କରାଯାଉଥିବା ଜଣାଯାଇଛି l ବର୍ତ୍ତମାନ ଉଠିଥିବା କ୍ଷୋଭ ପୂର୍ବକ ବିରୋଧର ପୃଷ୍ଟଭୂମିକୁ ବିଚାରକୁ ନେଲେ ଅନୁଦାନ ବଞ୍ଚିତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନେ ସରକାରୀ ନିର୍ଦ୍ଦେଶ ପାଳନ ପାଇଁ ହେଉଥିବା ଖର୍ଚ୍ଚ କେଉଁଠୁ କରିବେ ? ସେମାନଙ୍କ ଅଭିଯୋଗ ହେଲାକି “ଏହି ବିଦ୍ୟାଳୟ ଓ ଏହାର ଛାତ୍ର ଛାତ୍ରୀ କଣ ସରକାରଙ୍କ ସାବତ ବିଦ୍ୟାଳୟ କି ??  ଗତ ୨୪ ବର୍ଷ ଧରି ରାଜୁତି କରିଥିବା ଏକଛତ୍ରବାଦି ସରକାର ଏ ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିବା ପରିପ୍ରେକ୍ଷୀରେ ନବ ଗଠିତ ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ସହିତ ” ଏକ ଓଡ଼ିଶା , ଏକ ନୀତି ରେ”  ଦୃଷ୍ଟି ନିବଦ୍ଧ କରି ପ୍ରତ୍ୟେକ୍  ବିଦ୍ୟାଳୟ କୁ ସରକାରୀ କରଣ କରି ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀଙ୍କ ସଙ୍ଗେ ଗାଁ ଗାଁ ରେ ଦାବୀ ହେଇଛି l
Leave A Reply