Odisha news

ମାମୁଁ ପୁଅକୁ କୁରାଢ଼ୀରେ ହାଣି ହତ୍ୟା

0
ଠାକୁରମୁଣ୍ଡା -20/6 :   ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ହତ୍ୟାକାରୀକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି l
ଘଟଣାରୁ ପ୍ରକାଶଯେ, ହାଣ୍ଡିଫୁଟା ଗ୍ରାମର ମୁରଲୀ ଗିରିଙ୍କ ଝିଅ ଚେନ୍ନାଇରେ କାମ କରିବା ସମୟରେ ୭ ବର୍ଷ ତଳେ ଅନିଲ ପେରା (26) ଙ୍କୁ ବିବାହ କରିଥିଲା ll ଏବେ ତାଙ୍କର ୨ଟି ସନ୍ତାନ l କିଛି ଦିନ ପୁର୍ବରୁ ରଜ ପର୍ବ ପାଇଁ ଅନିଲ ସପରିବାରେ ନିଜ ସାନ ଭାଇ ଓ ମାମୁଁ ପୁଅ ନୀଳାଞ୍ଚଳ ମୁନାକୁ ନେଇ ଆସିଥିଲା l 20 ତାରିଖ ଅପରାହ୍ନ ୩ ଟା ସମୟରେ ଘରେ ଶୋଇ ମୋବାଇଲ ଦେଖୁଥିବା ବେଳେ ଅନିଲ ସାନ ଭାଇ ପରମିଲ ପେରା (19) ଏକ କୁରାଢ଼ୀରେ ଅଚାନକ ବେକକୁ ହାଣି ଦେବା ଫଳରେ ନୀଳାଞ୍ଚଳ ମୁନା(35) ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି l ବୌଦ୍ଧ ଜିଲ୍ଲା ଚମ୍ପାମାଳ ଗ୍ରାମର ବିଶ୍ୱମ୍ବର ପେରାଙ୍କ ପୁଅ ନୀଳାଞ୍ଚଳ ଅବିବାହିତ ବୋଲି ଜଣାପଡିଛି l ହତ୍ୟାକାରୀର କହିବା ମୁତାବକ ନୀଳାଞ୍ଚଳ ଭାଉଜ, ଭଉଣୀ, ମା କୁ ସବୁ ସମୟରେ ଖରାପ ନଜରରେ ଦେଖୁଥିଲା l ଗୋଧୋଇବା ବେଳେ, ଶୋଇବା ବେଳେ ନଜର ରଖୁଥିଲା ତେଣୁ ସେ ତାକୁ ହତ୍ୟା କଲା l ଏ ସମ୍ପର୍କରେ ପରମିଲର ଭାଉଜକୁ ପଚାରିବାରୁ ଏହା ମିଛ କଥା ବୋଲି ସେ କହିଛନ୍ତି l ତେବେ ପରମିଲର ମାନସିକ ସ୍ଥିତିରେ ବିକୃତି ଥିବା ପରି ଜଣାପଡିନି l ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସୁଥିବା ଖବର ପୋଲିସ ସୂତ୍ରରୁ ଜଣାପଡିଛି l
Leave A Reply