Odisha news

ନ୍ୟାସନାଲ ଓପେନ ସ୍କେଟିଂ ରାଙ୍କିଙ୍ଗ୍ ଚମ୍ପିଆନସିପରେ ବ୍ରହ୍ମପୁରର ସ୍କେଟରଙ୍କ ସଫଳତା

0
ବ୍ରହ୍ମପୁର :  ବ୍ରହ୍ମପୁର ସହରର ସିଲକି ରୋଲର ସ୍କେଟିଂ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ଚମ୍ପିଆନସିପରେ କୃତିତ୍ୱ ହାସଲ କରିଥିବା ସ୍କେଟରଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଏକାଡେମୀ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ  ପଦକ ପାଇଥିବା ସ୍କେଟର ପ୍ରଜକ୍ତା ଶବର ଓ   ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ସାଇ ଶୁଭମ ମିଶ୍ର ଓ ପ୍ରତ୍ୟୁଶ ଶବରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ୱର୍ଦ୍ଦିତ କରାଯାଇଥିଲା  । ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ଦ୍ୱାରା ଚଳିତ ମାସ 6  ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଛତିଶଗଡର ରାୟପୁରର କ୍ରିଷ୍ଣା ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ସପ୍ତମ ନ୍ୟାସନାଲ ଓପେନ ସ୍କେଟିଂ ରାଙ୍କିଙ୍ଗ୍ ଚମ୍ପିଆନସିପରେ ବ୍ରହ୍ମପୁରର ସ୍କେଟର ପ୍ରଜକ୍ତା ଶବର ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ପ୍ରଜକ୍ତା  ଓଡିଶାରୁ  7- 9 ବର୍ଷ ବାଳିକା ବର୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ପ୍ରତିନିଧିତ୍ୱ କରିଥିଲେ  । ଏହି ଚମ୍ପିଆନସିପରେ  ଭାରତର ବିଭିନ୍ନ ରାଜ୍ୟରୁ ବହୁ ସ୍କେଟର ଭାଗ ନେଇଥିବା ବେଳେ ବ୍ରହ୍ମପୁର ସହରର ଏହି ସ୍କେଟର ସଫଳତା ହାସଲ କରିବାରେ ସକ୍ଷମ ହୋଇଥିଲେ । ସିଲକି ରୋଲର ସ୍କେଟିଂ ଏକାଡେମୀର ପରିଚାଳକ ଶ୍ରୀମନ୍ତ କୁମାର ପାଢୀ, କୋଚ୍ ଗୌତମ ଗୌଡ଼ଙ୍କ ସହ ବହୁ ସ୍କେଟର ଓ ଅଭିଭାକ ଉପସ୍ଥିତ ରହି  ସଫଳତା ହାସଲ କରିଥିବା ସ୍କେଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ  । ଆଗାମୀ ଦିନରେ ଉତ୍ତମ ପ୍ରଦର୍ଶନ କରି  ଅଧିକରୁ ଅଧିକ ଜାତୀୟ ସ୍ତରୀୟ ପ୍ରତିଯୋଗୀରେ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଏକାଡେମୀର ସ୍କେଟରମାନେ ।
Leave A Reply