ଆଠଗଡ଼ ତା ୧୭-୦୬-୨୪ ଗତ ୨୨ ମସିହା ରେ ହୋଇଥିବା ଏକ ଗଞ୍ଜେଇ କାରବାର ଘଟଣା ରେ ବେପାରୀ କୁ ଆଜି ଆଠଗଡ଼ ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ପ୍ରଦୀପ୍ତ କୁମାର ସାହୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୫-୦୭-୨୨ ଭୋର ସମୟରେ ଦେବଗଡ଼ ଜିଲ୍ଲାର ତୁଙ୍ଗମାଳ ଅଞ୍ଚଳ ର ଡମ୍ବରୁଧର ଦାସ ଏକ ବୋଲେରୋ ଗାଡ଼ିରେ ୬୦ କେଜି ଗଞ୍ଜେଇ ନେଇ ଖୁଣ୍ଟୁଣୀ ରୁ ମଙ୍ଗୁଳି ଛକ ଆଡ଼କୁ ଯାଉଥିବା ବେଳେ ଅବକାରୀ ବିଭାଗ ର ମୋବାଇଲ୍ ସ୍କ୍ବାର୍ଡ ହାବୁଡ଼ରେ ପଡ଼ିଥିଲେ। ଏହି ମାମଲା ର ବିଚାର କରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ପ୍ରସନ୍ନ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।