ଗବେଷକ ଙ୍କ ମତରେ ଏହିସବୁ ଏନର୍ଜି ଡ୍ରିଂକ୍ସ କୌଣସି ସ୍ଲୋ ପଏଜନ ଠାରୁ ମଧ୍ୟ କମ ନୁହେଁ ଏବଂ ଏହା କେବଳ ଚିନି ପାଣି ଅଟେ l କେବଳ ଏତିକି ନୁହେଁ ଏଥିରେ କାର୍ବୋହାଇଡ୍ରେଟ, ଚିନି, ଫ୍ୟାଟ ର ମାତ୍ରା ଖୁବ ଅଧିକ ରହିଥାଏ ଯାହାଦ୍ୱାରା ଆମ ଶରୀର ର ଅନେକ କ୍ଷତି ହୋଇଥାଏ l ଆଜି ଆସନ୍ତୁ ଜାଣିବା ଇନ୍ସଟାଣ୍ଟ ଏନର୍ଜି ଡ୍ରିଙ୍କ ପିଇବାର ୫ଟି ବଡ଼ କ୍ଷତି l
* ରକ୍ତଚାପ ବୃଦ୍ଧି ହୋଇଥାଏ –
କାଫିନ ର ମାତ୍ରା ଅଧିକ ଯଦି ହୋଇଥାଏ ତେବେ ଏନର୍ଜି ଡ୍ରିଂକ୍ସ ଦ୍ୱାରା ହାର୍ଟ ବିଟ ଓ ବ୍ଲଡ଼ ପ୍ରେସର ବୃଦ୍ଧି ହୋଇଥାଏ l କେବଳ ଏତିକି ନୁହେଁ ଏନର୍ଜି ଡ୍ରିଂକ୍ସ ଅଧିକ ସେବନ କରିବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ଗମ୍ଭୀର ରୋଗରେ ମଧ୍ୟ ପୀଡିତ ହୋଇ ପାରନ୍ତି l ଯଦି ଅଚାନକ ହୃଦୟ ର ଗତି ମଧ୍ୟ ବୃଦ୍ଧି ହୋଇଯାଇ ଥାଏ , ଏବଂ ଏପରିସ୍ଥିତି ରେ ମୃତ୍ୟୁ ମଧ୍ୟ ହେବାର ସମ୍ଭାବନା ରହିଥାଏ l
* ଅନିଦ୍ରା –
ଏନର୍ଜୀ ଡ୍ରିଂକ୍ସ ରେ କାଫିନ ଓ ଅନ୍ୟ ଉତେଜକ ପଦାର୍ଥ ନିଦ ର ପ୍ୟାଟର୍ନ ମଧ୍ୟ ବିଗିଡି ଯାଇଥାଏ l କ୍ରୋନିକ ଅନିଦ୍ରା ଦ୍ୱାରା ଥକାପଣ, ଚିଡିଚିଡା ଲାଗିବା ଓ କନଷ୍ଟ୍ରେସନ କରିବାରେ ଅସୁବିଧା ହେବ l
* ପାଚନ ସମ୍ବନ୍ଧିତ ସମସ୍ୟା –
ଉଚ୍ଚ କାଫିନ ଓ ସୁଗାର ର ମାତ୍ରା ପେଟ ଯନ୍ତ୍ରଣା, ବାନ୍ତି ଲାଗିବା ଓ ଝାଡା ହେବାର କାରଣ ଅଟେ l ବାରମ୍ବାର ଏନର୍ଜି ଡ୍ରିଂକ୍ସ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ହୋଇପାରେ l
* ମାଇଗ୍ରେନ ସମସ୍ୟା –
କାଫିନ କିଛି ବ୍ୟକ୍ତିଙ୍କ ମଧ୍ୟରେ ମୁଣ୍ଡ ବିନ୍ଧା ଯନ୍ତ୍ରଣା କିମ୍ବା ମାଇଗ୍ରେନ ର କାରଣ ମଧ୍ୟ ହୋଇଥାଏ l ବିଶେଷ ଭାବରେ ଏହାକୁ ଲଗାତାର ସେବନ କରିବା ଦ୍ୱାରା ସ୍ଥିତି ଗମ୍ଭୀର ହୋଇ ଯାଇଥାଏ l କେବଳ ଏତିକି ନୁହେଁ ଏନର୍ଜି ଡ୍ରିଂକ୍ସ ସେବନ କରିବା ଦ୍ୱାରା ଡି – ହାଇଡ୍ରେସନ ସମସ୍ୟା ମଧ୍ୟ ହୋଇଥାଏ l
* ଶରୀରରେ ପୋଷାକ ତତ୍ୱର କମି –
ଏନର୍ଜି ଡ୍ରିଂକ୍ସ ଭୋକ କୁ ମାରି ଦେଇଥାଏ, ଯେଉଁ କାରଣରୁ ଆମେ ଖାଦ୍ୟ ଖାଇବାକୁ ଇଚ୍ଛା କରି ନଥାଉ, ଏବଂ ଶରୀର ରେ ପୋଷାକ ତତ୍ୱର କମି ହୋଇଥାଏ l ଏବଂ ଏହା ଆମ ଶରୀର ରୁ ପୋଷାକ ତତ୍ୱ କୁ ଅବଶୋସିତ ମଧ୍ୟ କରି ନେଇଥାଏ l ଶରୀର ରେ ନିୟୁଟ୍ରିଏଣ୍ଟସ ର କମି ହୋଇଥାଏ ଓ ଅନେକ ଗୁଡିଏ ରୋଗର କାରଣ ମଧ୍ୟ ଅଟେ l