Odisha news

ବିଛାଖଣ୍ଡି କଳାପଥର ଖଣି ଓ କ୍ରସର ଉପରେ ଖଣି,ରାଜସ୍ୱ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ : ୧୬ଟି କ୍ରସର ଓ ଖଣି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ସମୟରେ ଖବର ପ୍ରକାଶନ ପରେ ଚଢାଉ

0
ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଖଣି ବିଭାଗ ଅଧିନରେ ଥିବା ବିଛାଖଣ୍ଡି ମୌଜାର କଳାପଥର ଖଣି ଓ ସେଠାର ମେଗା କ୍ରସର ଗୁଡିକ ଉପରେ ଶୁକ୍ରବାର ଦିନ ଖଣି,ରାଜସ୍ୱ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା! ଦୈନିକ ସମୟରେ ଶୁକ୍ରବାର ଦିନ ରାହାଡପୁ ଡଙ୍କାରୀ ବନ୍ଦ,ବିଛାଖଣ୍ଡି ଓ କୁଶୁନପୁରୁ ନିର୍ଦ୍ଧୁମ ପଥରଚୋରି ଶୀର୍ଷକ ଏକ ତଥ୍ୟ ଭିତିକ ଖବର ପ୍ରକାଶ ପାଇବାପରେ ଏହି ଚଢାଉ ହୋଇଥିବା ଜଣାପଡିଛି! ଚଢାଉବେଳେ ୧୬ଟି କ୍ରସର ଓ ପଥର ଖଣିକୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି!ଏଥିସହ ଯେଉଁ କ୍ରସର ଗୁଡିକରେ ଗଛିତଥିବା ଶହଶହ ଘନଫୁଟ କଳାପଥରରୁ ଉତ୍ପାଦିତ ସାମଗ୍ରୀକୁ ଜବତ କରାଯାଇ ତାହାର ମାପଚୁପ ଆକଳନ କରାଯିବା ସହ ତାହାର କାଗପତ୍ର ଯାଞ୍ଚପରେ ଯୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି! ତେବେ ବିଛାଖଣ୍ଡି ମୌଜାରେ ଛଢାଉ କରାଯାଇଥିଲେ ସୁଦ୍ଧା ସମୟ ଅଭାବ ଆଳରେ ଅଧିକାରୀ ମାନେ କୁଶୁନପୁର ମୌଜାର ବେଆଇନ ପଥରଖଣି ଓ କ୍ରସର ଗୁଡିକ ଉପରେ ଚଢାଉ କରାଯାଇ ନଥିଲା! ଯାହାକୂ ନେଇ ସାଧାରଣରେ ତିବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି! ଏହି ବ୍ୟାପକ କଳାପଥର ଚୋରିନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ବେଳେ ବିଭାଗୀୟ ଅଧିକାରୀ ମାନେ ଚେଇଁ ଶୋଇଥିଲେ! ଯାହାଫଳରେ ମାପିଆମାନେ ଉତ୍ସାହିତ ହୋଇ ଏହି ଅଞ୍ଚଳରୁ ସମ୍ପୂର୍ଣ୍ଣ ବେଆଇନ ଭାବେ ଶହଶହ କୋଟି ଟଙ୍କାର କଳାପଥର ଚୋରିକରି ନେଉଥିଲେ!ପଥରଚୋରି ଯୋଗୁଁ ଏହି ଅଞ୍ଚଳରେ ବ୍ୟାପକ ଜଙ୍ଗଲ ଓ ପରିବେଶ ଧ୍ୱଂସ ହେବା ସାଙ୍ଗକୁ ଜନଜୀନଵନ ଦୁର୍ବିସହ ହୋଇପଡିଥିଲା ଓ ସରକାର କେବଳ ବିଛାଖଣ୍ଡି ଓ କୁଶୁନପୁର ଖଣି ଅଞ୍ଚଳରୂ ଦୈନିକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ରିଜସ୍ୱ ହରାଥିଲେ!
Govt
Leave A Reply