Odisha news

ବିଭିନ୍ନ ସ୍ଥାନରେ ରଜ ଓ ଉଡା ଯାତ୍ରା ପାଳିତ

0
ବେତନଟୀ :  ଚଳିତ ବର୍ଷ ବୈଶିଙ୍ଗା ର ଆଖପାଖ ଗାଁ ଗୁଡିକରେ ରଜର ଆସର ଜମି ଥିବାର ଦେଖାଯାଇଛି। ଦୂରଦୂରାନ୍ତରୁ ଘରର ପୁଅ ବୋହୁ, ଝିଅ ଝିଆଣି, ବନ୍ଧୁବାନ୍ଧବ ମାନେ ଘରେ ଘରେ ଆସର ଜମାଇ ପିଠାପଣା, ଆମ୍ବ ପଣସ ସାଙ୍ଗକୁ ପୋଡପିଠା ଖାଇବାରେ ବ୍ୟସ୍ତ ରହିଛନ୍ତି। ଯୁବ ଗୋଷ୍ଠୀମାନେ କବାଡି ଖେଳକୁ ଗୁରୁତ୍ଵ ଦେଉଥିବା ବେଳେ ବୟସ୍କମାନେ ତାସ ଖେଳରେ ମାତିଥିବା ଦେଖିବାକୁ ମିଳିଛି। ସବୁଠୁ ବଡ କଥା ହେଲା ରଜ ପାନର ମଜା ପ୍ରତି ଛକ ଠୁ ଆରମ୍ଭ କରି ବଜାର ମାନଙ୍କରେ ମଧ୍ୟ ନିଆରା  ଢ଼ଙ୍ଗରେ ପ୍ରସ୍ତୁତ ହେଉଥିବାର ଦେଖାଯାଇଛି। ପ୍ରତି ବର୍ଷ ଭିନ୍ନ ଭିନ୍ନ ସ୍ଥାନରେ ବିଷୁବ ସଂକ୍ରାନ୍ତି, ଅକ୍ଷୟ ତୃତୀୟା ଏବଂ ଶେଷରେ ରଜ ସଂକ୍ରାନ୍ତିରେ ମଧ୍ୟ ଉଡ଼ା ଯାତ୍ରା ପାଳିତ ହୋଇଥାଏ ।  ରଜ ସଂକ୍ରାନ୍ତି ଉପଲକ୍ଷେ ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା ଏବଂ କଦଳିଆ ଠାରେ ଉଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା,କଦଳିଆ ଏବଂ ମାନଗୋବିନ୍ଦପୁର ଉଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭକ୍ତା ମାନେ ସ୍ନାନ ସାରି ଭଗବାନ ଶିବଙ୍କୁ ଦର୍ଶନ କରି ଉଡା ଖୁଣ୍ଟରେ ଝୁଲି ଝୁଲି ଶତାଧିକ ଦର୍ଶକଙ୍କୁ ଦର୍ଶନ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ଦର୍ଶକ ଯୋଗଦାନ କରିଥିବାର ଦେଖା ଯାଇଥିଲା।ଏହି ଉଡା ପର୍ବରେ ଗ୍ରାମ କମିଟି ଏବଂ ବୈଶିଙ୍ଗା ପୁଲିସ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
Govt
Leave A Reply