Odisha news

ବିଶ୍ଵହିନ୍ଦୁ ପରିଷଦ ଦୁର୍ଗା ବାହିନୀର ସୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଉଦଯାପିତ

0
ସାଲେପୁର : ବିଶ୍ବ ହିନ୍ଦୁ ପରିଷଦ ଓଡିଶା (ପୂର୍ବପ୍ରାନ୍ତ) ଦୁର୍ଗା ବାହିନୀର ପ୍ରାଦେଶିକ ସୌର୍ୟ୍ଯ ପ୍ରଶିକ୍ଷଣ ବର୍ଗ ସାଲେପୁରସ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଆଠ ଦିନ ଧରି ଅନୁଷ୍ଠିତ ହୋଇଯାଇଛି| ଉକ୍ତ ଉଦଯାପନୀ ଉତ୍ସବରେ ପ୍ରାନ୍ତ ସଂଯୋଜିକା ସିପ୍ରା ରାଉତଙ୍କ ଅଧ୍ୟକ୍ଷତା କରିଥଲେ| ଏଥିରେ ମୁଖ୍ୟ ଅତିଥି ଭାବରେ ମେଜର ଡକ୍ଟର ମଞ୍ଜୁଶ୍ରୀ ପତି ଯୋଗ ଦେଇ ଆମ ଦେଶର ମାତୃଶକ୍ତି ରାଷ୍ଟ୍ରଶକ୍ତିରେ ପରିଣତ ହୋଇପାରିଲେ ଆମ ଦେଶ ସମର୍ଥ ଭାରତରେ ପରିଣତ ହୋଇପାରିବବୋଲି ମତ ବ୍ୟକ୍ତ କରିଥିଲେ| ମୁଖ୍ୟବକ୍ତା ଭାବେ ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଜୋଜିକା ପ୍ରଜ୍ଞା ପରମିତା ମାହାଲା ,
ସମ୍ମାନିତ ଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦର ଶହ ସଂଗଠନ ମନ୍ତ୍ରୀ ଡକ୍ଟର ବସନ୍ତ ରଥ, କଟକ ବିଭାଗ ସଂଘ ଚାଳକ ଡକ୍ଟର ଗୌତମ ମହାରଣା, ପର୍ଯ୍ୟାବରଣ ପ୍ରମୁଖ ବଳରାମ ଦାସ, ପ୍ରାନ୍ତ ଗୋରକ୍ଷା ପ୍ରମୁଖ ପବିତ୍ର ମୋହନ ଦାସ, ରାଜ୍ୟ ଉପସଭାପତି ବସନ୍ତ କୁମାର ପଣ୍ଡା ,ବର୍ଗାଧିକାରିଣୀ ଅମିତା ସାହାଣୀ, ପ୍ରଖଣ୍ଡ ସଭାପତି ଦିବାକର ପ୍ରଧାନ ,ବିଶିଷ୍ଟ ଶିଳ୍ପପତି ଡକ୍ଟର ରୁପେଶ ଦୋଷି, ଝରଣା ଜେନା, ନିର୍ମଳା ଦ୍ୱିବେଦୀ, ବିଭୂତିଭୂଷଣ କର, ଅମରେଶ ବଳବନ୍ତ ରାୟ, କିଶୋର ଚନ୍ଦ୍ର ମହାନ୍ତି, ଧର୍ମ ଜାଗରଣ ସଂଯୋଯକ ଦେବେନ୍ଦ୍ର କୁମାର ନାୟକ, ସଙ୍କୁଳ ପ୍ରମୁଖ ଦେବେନ୍ଦ୍ରନାଥ ପଣ୍ଡା,ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ ,ବଜରଙ୍ଗ ଦଳ ପ୍ରମୁଖ ସନ୍ତୋଷ କୁମାର ସାମଲ ପ୍ରଭୃତି ଯୋଗ ଦେଇଥିଲେ| ପ୍ରଶିକ୍ଷଣ ବର୍ଗରେ ଶିକ୍ଷାର୍ଥୀମାନେ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିବା ବେଳେ ଏକ ଭବ୍ୟ ପଥ ସଞ୍ଚାଳନ ନଗର ପରିକ୍ରମା କରିଥିଲା| ଏଥିରେ ସମଗ୍ର ରାଜ୍ୟରୁ ୧୫୦ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ ।ଶେଷରେ ଜିଲ୍ଲା ସଭାପତି ମାନସ ରଂଜନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ |(ଫଟ ଅଛି)
Nalco
Leave A Reply