Odisha news

ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବିଶ୍ୱ ମହାସାଗର ଦିବସ ପାଳିତ।

0
ବ୍ରହ୍ମପୁର :  ବିଶ୍ୱ ମହାସାଗର ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଗୋପାଳପୁର ବେଳାଭୂମିରେ  ସାମୁଦ୍ରିକ ଜୀଵ  ବିରଳ ଅଲିଭ  ରିଡଲେ କଇଁଛଙ୍କ  ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତ ନାମ ଥିବା ବିଶିଷ୍ଠ ଫୋଟୋଗ୍ରାଫର ହାଇଦ୍ରାବାଦ ସ୍ଥିତ ଶ୍ରୀ ସତୀଶ ଲାଲ ଓଲିଭ ରିଡ଼ଲେ କଇଁଛଙ୍କ ଡକ୍ୟୁମେଣ୍ଟରି ପାଇଁ  ନିକଟରେ ବିଶ୍ୱର ଦ୍ବିତୀୟ ସର୍ବୋଚ୍ଚ ଫୋଟୋଗ୍ରାଫି ସଂସ୍ଥା ଦ୍ୱାରା ନିଜର ଫୋଟୋଗ୍ରାଫି ପାଇଁ ପୁରସ୍କୃତ ହୋଇଥିଲେ। ତାଙ୍କ ଦ୍ୱାର ଉତ୍ତୋଳନ କରାଯାଇଥିବା ଓଲିଭ ରିଡ଼ଲେ କଇଁଛଙ୍କ ଫୋଟୋ ଗୁଡିକ  ବିଶେଷ କରି ଋଷିକୂଲ୍ୟା ମୁହାଣରେ  ଉତ୍ତୋଳନ କରାଯାଇଥିବା ଫୋଟୋଗୁଡିକ ବେଳାଭୂମିରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନୀ କରାଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଭାରତୀୟ ପ୍ରାଣୀ ସର୍ବେକ୍ଷଣର ଜୈବ ବୈଜ୍ଞାନିକ ଶ୍ରୀ ଅନୀଲ ମହାପାତ୍ର   ଯୋଗ ଦେଇ ପ୍ରଦର୍ଶିତ ଫୋଟୋ ଗୁଡିକ ଉପରେ ଆଲୋଚନା କରିଥିଲେ। ବେଳାଭୂମିକୁ  ଆସିଥିବା ପର୍ଯ୍ୟଟକ ପ୍ରଦର୍ଶିତ ହୋଇଥିବା ଛବିଗୁଡିକ ତଥା ଓଲିଭ ରିଡ଼ଲେଙ୍କ ଏକକାଳୀନ ବେଳାଭୂମିକୁ ଆସିବା, ଅଣ୍ଡାଦାନ କରିବା ହେଉ କିମ୍ବା ଶାବକ କଇଁଛଙ୍କ ସମୁଦ୍ରକୁ ଫେରିବା ବିଷୟରେ  ଜାଣିବା ପାଇଁ ଆଗ୍ରହ ଦେଖାଉଥିଲେ।
ଦିନକୁଦିନ ବଢୁଥିବା ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ଯାହା ସିଧାସଳଖ ସ୍ଥଳ ଭୂମିରେ ଥିବା ଜୀବଜନ୍ତୁ ନୁହଁନ୍ତି ବରଂ ସାମୁଦ୍ରିକ ଜୀଵ ଉପରେ ମଧ୍ୟରେ ପ୍ରଭାବ ପଡୁଛି। ସମୁଦ୍ରର ବିଭିନ୍ନ ଜଳ  ସ୍ତରରେ ଭିନ୍ନ ଭିନ୍ନ ପ୍ରକାରର ସାମୁଦ୍ରିକ ଜୀଵ ରହିଥାନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତରର ତାପମାତ୍ରା ସନ୍ତୁଳନ ରହୁନାହିଁ। ଯାହାଦ୍ୱାରା ଅନେକ ସାମୁଦ୍ରିକ ଜୀଵ ଲୋପ ପାଇଯାଇଥିବା ବେଳେ ଅନେକ ପ୍ରଜାତିର ଜୀଵ ଲୋପ ପାଇବା ଅବସ୍ଥାରେ ରହିଛନ୍ତି। ତେଣୁ ସମୟ ଥାଉ ଥାଉ ଜଳବାୟୁ ପରିବର୍ତ୍ତନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହ ଏଦିଗରେ ସଚେତନତାର ଆବଶ୍ୟକ ରହିଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଯାହାକି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ପି ବିନୋଦ, ଜେ ବିନୋଦ,ଆକାଶ ରାଉତ,ରବି ସାହାଣୀ,ମୁନ୍ନା ଶତପଥିଙ୍କ ସମେତ ଫୋଟୋଗ୍ରାଫର ସତୀଶ ଲାଲ ପ୍ରମୁଖ  ଉପସ୍ଥିତ ଥିଲେ।
Leave A Reply