ବାରିପଦା : ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ନିୟମିତ ପ୍ରବନ୍ଧ ନିମନ୍ତେ ଏହାକୁ ସମସ୍ତ ପର୍ଯ୍ୟଟକ ଏବଂ ଆଗନ୍ତୁକଙ୍କ ପାଇଁ ତା ଜୁନ୍ ୧୨ତାରିଖ ଠାରୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଏକ ନିଦେ୍ର୍ଦଶନାମା ଜରିଆରେ, ଅଭୟାରଣ୍ୟ କ୍ଷେତ୍ର ନିଦେ୍ର୍ଦଶକ ଡଃ ପ୍ରକାଶ ଗୋଗିନେନି ସୂଚନା ଦେଇଛନ୍ତି । ବିଶେଷ ସୂଚନା ଏହାକି ଯେ, ଶିମିଳିପାଳ ସ୍ଥିତ ପର୍ଯାବରଣ ପର୍ଯ୍ୟଟନ ସ୍ଥଳୀ ଯଥା ଯାମୁଆଣି, ଗୁଡ଼ଗୁଡ଼ିଆ, କୁମାରୀ, ବଢ଼େଇପାଣି ଏବଂ ରାମତିର୍ଥ ପ୍ରମୁଖ ଯଥାରୀତି ଭାବରେ ଖୋଲା ରହିବ । ଅଭୟାରଣ୍ୟ ପୁନର୍ବାର ଖୋଳାଯିବାର ତାରିଖ ପ୍ରଶାସନ ପକ୍ଷରୁ ପୁନର୍ବାର ସୂଚିତ କରାଯିବା ନେଇ ସୂଚନା ଦିଆଯାଇଛି ।