ଦଶପଲ୍ଲା : ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଣୀଗୋଛା ଥାନା ଦୂର୍ଗାପ୍ରସାଦ ଛକ ନିକଟରେ ଏକ ବାଇକ୍ ପଛକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବାଇକ ରେ ବସିଥିବା ଗୋଟିଏ ପରିବାର ର ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ନାଁ ଆରତ ବେହେରା ତାଙ୍କ ସ୍ତ୍ରୀ ଝିଲି ବେହେରା ଓ ତାଙ୍କର ପାଞ୍ଚବର୍ଷ ର ଏକ ଶିଶୁ କନ୍ୟା । ସେମାନଙ୍କ ଘର ସ୍ଥାନୀୟ ମରଦାବାଡି ଗ୍ରାମରେ ବୋଲି ପୋଲିସ ସୁତ୍ର ରୁ ଜଣା ପଡ଼ିଛି । ଆରତ ସ ପରିବାର ସହ ବାଇକ ରେ ଶଶୁର ଘରକୁ କାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ବାଇକ୍ ଟି ଚୁରମାର ହୋଇଯାଇଥିବା ବେଳେ ବାଇକ୍ ରେ ଆସୁଥିବା ଏହି ପରିବାର ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏଵଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା ।ଖବର ପାଇ ବାଣୀଗୋଛା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଟ୍ରକ ଓ ବାଇକ କୁ ଜବତ କରିଛି ।