Odisha news

ଅତ୍ୟଧିକ ଗରମ ପ୍ରବାହ ରୁ ଯଦି ପିଉଛନ୍ତି ଅଧିକ ପାଣି ତେବେ ହୋଇ ପାରନ୍ତି ଏହିସବୁ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ

0

ବର୍ତମାନ ଗ୍ରୀଷ୍ମ ପ୍ରବାହ ଦିନକୁଦିନ ବଢ଼ିବାରେ ଲାଗିଛି, ତେଣୁ ଅତ୍ୟଧିକ ଗରମ କାରଣରୁ ଅତ୍ୟଧିକ ଝାଳ ମଧ୍ୟ ନିର୍ଗତ ହେଉଛି l ତେଣୁ ସମସ୍ତେ ଶରୀରକୁ ହାଇଡ୍ରେତ ରଖିବା ପାଣି ପିଇବାକୁ ଉଚିତ ମନେ କରୁଛନ୍ତି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗ୍ରୀଷ୍ମ ଋତୁରେ ଅନ୍ୟ ଋତୁ ଅପେକ୍ଷା ଅଧିକ ପାଣିର ଆବଶ୍ୟକତା ରହିଥାଏ, ଅତ୍ୟଧିକ ଗରମ କାରଣରୁ ଶରୀର ମଧ୍ୟ ଡିହାଇଡ୍ରେସନ ର ସମୁଖୀନ ହୋଇଥାଏ l ସେଥିପାଇଁ ପାଣି ପିଇବା ଆବଶ୍ୟକ l କିନ୍ତୁ ଅତ୍ୟଧିକ ପାଣି ପିଇବା ମଧ୍ୟ କେବେକେବେ ଶରୀର ପକ୍ଷରେ କ୍ଷତି କାରକ ମଧ୍ୟ ହୋଇଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଆମକୁ ଶୋଷ ଆମ ଶରୀର ରେ ଥିବା ଫ୍ଲୁଇଡ ଲେବୁଲ ଉପରେ ନିର୍ଭର କରିଥାଏ l ଶରୀର ରେ ଜଳୀୟ ଅଂଶ ହ୍ରାସ ପାଇବା ଦ୍ୱାରା ଶୋଷ ଲାଗିଥାଏ ଆବଶ୍ୟକତା ଠାରୁ ଅଧିକ ଶୋଶ ଲାଗିବା ଗରମ ଓ ଆର୍ଦ୍ର ଜଳବାୟୁ ଉପରେ ନିର୍ଭର କରିଥାଏ, କାହିଁକି ନା ଏହି ଜଳବାୟୁ ରେ ଅଧିକ ଝାଳ ନିର୍ଗତ ହୋଇଥାଏ l

– ଏହାଛଡା ଏହି ଋତୁରେ ଅନେକ ଗୁଡିଏ ରୋଗ କାରଣ ରୁ ଶରୀର ରେ ଜଳୀୟ ଅଂଶ ହ୍ରାସ ପାଇଥାଏ l ଏବଂ ବାରମ୍ବାର ଶୋଷ ଲାଗିଥାଏ, ଏପରି ଯଦି ହେଉଛି ଏହାକୁ ଅଣଦେଖା କରନ୍ତୁ ନାହିଁ l

– ଗରମ ଦିନରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ମଧ୍ୟ ଅନେକ ସମସ୍ୟାର କାରଣ ହୋଇଥାଏ, ଏବଂ ଏହାର ମୁଖ୍ୟ କାରଣ ପାଟିରୁ ଲାଳ ଅଂଶ କୁ ଶୁଖାଇ ଦେଇଥାଏ l ଡ୍ରାଇ ମାଉଥ କୁ ମେଡିକାଲ ଭାଷାରେ ଜେରୋ ଷ୍ଟମୀୟା କୁହାଯାଇ ଥାଏ l  ଏହି ଲାଳ ବିନା ଖାଦ୍ୟ ହଜମ ହେବା ଅସମ୍ଭବ ହୋଇଥାଏ l

– ଶରୀର ରେ ରକ୍ତ ହୀନତା କାରଣରୁ ଅଧିକ ଶୋଷ ଲାଗିଥାଏ, ଏହାର ମୁଖ୍ୟ କାରଣ ଶରୀର ରେ ରକ୍ତ ହୀନତା l ଯେତେବେଳେ ହେମୋଗ୍ଲୋବିନ ପ୍ରସ୍ତୁତ କରିବା ପାଇଁ ଶରୀର ରେ ରେଡି ବ୍ଲଡ଼ ସେଲ କମିବାକୁ ଲାଗିଥାଏ ସେତେବେଳେ ଡି -ହାଇଡ୍ରେସନ ସମସ୍ୟା ଦେଖା ଯାଇଥାଏ l ଯଦି ଅଧିକ ଶୋଷ ଲାଗୁଚି ତେବେ ଆଇରନ ଯୁକ୍ତ ଖାଦ୍ୟ ସେବନ କରନ୍ତୁ l

Leave A Reply