Odisha news

କାକଟପୁର ହାଇସ୍କୁଲର ମାଟ୍ରିକ ପରୀକ୍ଷାଫଳର ସଫଳତା

0
କାକଟପୁର,26/5 .: ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ପୁରୀ ଶିକ୍ଷାଜିଲ୍ଲା କାକଟପୁର ସରକାରୀ ଉଚ୍ଚ ବିଦ୍ଯାଳୟ   ଶତ ପ୍ରତିଶତ ସଫଳତା ହାସଲ କରିଛି l ବିଦ୍ୟାଳୟ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉନ୍ନତ ମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ପ୍ରତିବର୍ଷ ଏହି ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ହାଇସ୍କୁଲ୍ ବାର୍ଷିକ ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି I  ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଅଫଲାଇନ ଓ  ଅନଲାଇନ୍ ଶିକ୍ଷାଦାନ କରିଥାନ୍ତି I ଚଳିତ ବର୍ଷ ମୋଟ ୧୬୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ଏ-୧-ଗ୍ରେଡ଼ରେ ରେ ୦୪ ଜଣ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଏ-୨-ଗ୍ରେଡ଼ରେ ୧୭ଜଣ, ବି-୧-ଗ୍ରେଡ଼ରେ ୩୪ଜଣ, ବି-୨ଗ୍ରେଡ଼ରେ ୪୨ ଜଣ, ଓ ସି-ଗ୍ରେଡ ରେ ୪୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି | ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ପାତ୍ର ୫୫୫ ନମ୍ବର ରଖି ୧ମ ସ୍ଥାନ ଅଧିକାର କରିଥିବା ବେଳେ ଆଶୁତୋଷ ସାହୁ ୫୫୨ ରଖି ୨ୟ ଓ ଶୁଭ୍ରା ପ୍ରିୟଦର୍ଶିନୀ ଦାସ ୫୪୮ ୩ୟସ୍ଥାନ ଓ ଅନନ୍ଯା ମିଶ୍ର ୫୪୦ ରଖି ୪ର୍ଥ ସ୍ଥାନ  ଅଧିକାର କରିଛନ୍ତି | ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ  ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ  ସମସ୍ତ ଶିକ୍ଷକଶିକ୍ଷିକା ଓ ପରିଚାଳନା ସମିତିର ସମସ୍ତ କର୍ମକର୍ତାଙ୍କ ଶିକ୍ଷାଦାନ ଶୈଳୀ ଏବଂ ଅଭିଭାବକଙ୍କ ସହଯୋଗକୁ ଶ୍ରେୟ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି |
Leave A Reply