ସୋର, ୨୬/୫- ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନ ମାନଙ୍କରେ ପଥର ବିଷ୍ଫୋରଣ ସାମଗ୍ରୀ ଜିଲୋଟନ୍ ସୋର ପୁଲିସ ଜବତ କରିଛି । ବାଲେଶ୍ୱର ଏସ୍ପିଙ୍କ ନିର୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ପୁଲିସ୍ ଟିମ୍ ବାଗୁଡ଼ି ଏକ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନରୁ ୬୦୦ କିଲୋଗ୍ରାମ ବିଷ୍ଫୋରଣ ସାମଗ୍ରୀ ଜିଲୋଟିନ୍ ଜବତ କରାଯାଇଛି । ପୁଲିସ୍ କେଶ ନଂ ୪୭୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ଖଞ୍ଜାମାହଲ ପାହାଡ଼ରେ ଥିବା କେତେକ ବେଆଇନ ପଥର ଖାଦାନରେ ଏହି ସାମଗ୍ରୀକୁ ବ୍ୟବହାର କରାଯାଇ ବିଷ୍ଫୋରଣ କରାଯାଇ ପାହାଡ଼କୁ ଭାଙ୍ଗିଦିଆଯାଇ ଜେଚରାରେ ନିୟମିତ ଚୋରା ପଥର ଚାଲାଣ କରାଯାଉଥିବା ଦେଖାଯାଇଛି ।