ଗରମ ଦିନରେ ଝାଳ ବାହାରିବା ଗୋଟିଏ ସାଧାରଣ ସମସ୍ୟା, କିନ୍ତୁ ବର୍ତମାନ ଜଳବାୟୁ ପ୍ରଦୂଷଣ ପାଇଁ କେବଳ ଆଉ ଗରମ ଦିନରେ ଝାଳ ବାହାରୁନାହିଁ, ଏହି ସମସ୍ୟା ବର୍ଷାଋତୁ ରେ ମଧ୍ୟ ଦେଖିବାକୁ ମିଳିଥାଏ l ଜଳବାୟୁ ପ୍ରଦୂଷଣ ସହିତ ଆମ ମାନଙ୍କର ଜୀବନଶୈଳୀ ମଧ୍ୟ ଏଥିପାଇଁ ବିଶେଷ ଭାବରେ ଦାୟୀ ଅଟେ l
– କିଛି ଗୋଟିଏ କାମ କରୁଥିବା ସମୟରେ ଝାଳ ବାହାରିବା ଗୋଟିଏ ସାଧାରଣ କଥା, କିନ୍ତୁ ଅଚାନକ ଭାବରେ ବିନା କୌଣସି କାରଣରେ ଝାଳ ବାହାରିବା ଶରୀର ପକ୍ଷରେ ଠିକ ନୁହେଁ l ଏହା ହୃଦଘାତ ର କାରଣ ହୋଇଥାଏ l ଅନେକ ସମୟରେ ମାତ୍ରାଧିକ ଝାଳ ବୋହିବା ଦ୍ୱାରା ମାଂସପେଶୀ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକି ହାର୍ଟ ଆଟାକ ର ଗୋଟିଏ କାରଣ ଅଟେ l
– ଯେତେବେଳେ ଆମେ ଅଚାନକ ଭାବରେ ଅତ୍ୟଧିକ ଝାଳ ବାହାରୁଥିବାର ଅନୁଭବ କରୁଛେ ସେହି ସମୟରେ ସତର୍କ ନିହାତି ରହିବ ଆବଶ୍ୟକ l ହାର୍ଟ କୁ ରକ୍ତ ପହଞ୍ଚାଉଥିବା ରକ୍ତ ଗ୍ରନ୍ଥି ଗୁଡିକୁ କରୋନାରୀ ଧମନୀ କୁହାଯାଇ ଥାଏ l ଯେତେବେଳେ ଏହି ଧମନୀ ରେ କୋଲେଷ୍ଟ୍ରଲ ଜମି ଯାଇଥାଏ ତେବେ ଏହା ବ୍ଲକ ହୋଇ ଯାଇଥାଏ l ଏହି କାରଣରୁ ହୃତପିଣ୍ଡ କୁ ରକ୍ତ ପ୍ରବାହ ହୋଇପାରେ ନାହିଁ l ଏବଂ ହାର୍ଟ କୁ ବ୍ଲଡ଼ ପମ୍ପ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବାକୁ ପଡିଥାଏ l ଏବଂ ଏହାର ପ୍ରଭାବ ହାର୍ଟ ଉପରେ ପଡିଥାଏ, ଏବଂ ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ ଏବଂ ଝାଳ ପ୍ରଚୁର ବୋହିଥାଏ l ଯାହାକି ହାର୍ଟ ଅଟାକ ର କାରଣ ହୋଇଥାଏ l
– ବେଳେବେଳେ ଅତ୍ୟଧିକ ଝାଳ ବୋହି ହାତ , କାନ୍ଧ, ଦାନ୍ତ ବେକଷଣ୍ଢା ରେ ଯନ୍ତ୍ରଣା ଅନୂଭତ ମଧ୍ୟ ହୋଇଥାଏ , ଏଭଳି ସ୍ଥିତିରେ ଏହା ହାର୍ଟ ଆଟାକ ର କାରଣ ଅଟେ l ଏହାକୁ ଅଣଦେଖା ନକରି ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l
– ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କର ରକ୍ତଚାପ ବୃଦ୍ଧି ହୋଇ ଆବଶ୍ୟକତା ଠାରୁ ଖୁବ ଅଧିକ ଝାଳ ବାହାରିଥାଏ l ଏଭଳି ସ୍ଥିତିରେ ଏହାକୁ ହାଲୁକା ରେ ନେବା ଉଚିତ ନୁହେଁ l ତୁରନ୍ତ ରକ୍ତଚାପ ଚେକ କରି ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ ନଚେତ ଏହା ହାର୍ଟ ଆଟାକ ର କାରଣ ମଧ୍ୟ ହୋଇପାରେ l
– ବେଳେବେଳେ ମୁଣ୍ଡ ବିନ୍ଧି ମଧ୍ୟ ଅତ୍ୟଧିକ ଝାଳ ବାହାରି ଥାଏ , ଏହାର ସିଧାସଳଖ ପ୍ରଭାବ ମଧ୍ୟ ହାର୍ଟ ଉପରେ ପଡିଥାଏ l ଯଦି ଏଭଳି କିଛି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l