ପ୍ରଭୁ ହନୁମାନ ହେଉଛନ୍ତି ଚିର ଅମର ଏବଂ ସେ ବର୍ତମାନ ମଧ୍ୟ ଏହି ଧରା ପୃଷ୍ଠରେ ବିରାଜମାନ l ତେଣୁ ତାଙ୍କୁ ଅଷ୍ଟସିଦ୍ଧି ନବନିଧି କେ ଦାତା ବୋଲି କୁହାଯାଇଥାଏ l ହନୁମାନ ଙ୍କ ସାହସ, ଶକ୍ତି ସର୍ବଦା ଏହି ପୃଥିବୀ ପୃଷ୍ଠରେ ଦିବ୍ୟତାର ପ୍ରତୀକ l ହନୁମାନ ଙ୍କୁ ତାଙ୍କ ଅତୁଟ ଭକ୍ତି, ଶ୍ରଦ୍ଧା ଭାବନା, ଏବଂ ରାମ ଭକ୍ତ ଭାବରେ ସର୍ବଦା ପୂଜନୀୟ ଅଟନ୍ତି l ଏବଂ ହନୁମାନ ହେଉଛନ୍ତି ମହାଦେବଙ୍କ ୧୧ ତମ ରୁଦ୍ର ଅବତାର l ଭଗବାନ ହନୁମାନଙ୍କୁ ନେଇ ଅନେକ ମାନ୍ୟତା ରହିଛି, କିନ୍ତୁ କଣ ଜାଣିଛନ୍ତି ହନୁମାଙ୍କ ବଜରଂଗୀ କାହିଁକି କୁହାଯାଇଥାଏ l
ଏକଦା ମା ସୀତା ଙ୍କୁ ହନୁମାନ ପଚାରିଥିଲେ ଆପଣ ନାଲି ସିନ୍ଦୁର କାହିଁକି ଲଗାଉଛନ୍ତି ? ଏହାର ଉତର ରେ ମା ସୀତା କହିଥିଲେ ପ୍ରଭୁ ରାମଚନ୍ଦ୍ର ଙ୍କ ଦୀର୍ଘାୟୁ କାମନା କରି l ଏହା ଶୁଣିବା ପରେ ହନୁମାନ ନିଜ ଶରୀରରେ ସିନ୍ଦୁର ର ଲେପ ଲଗାଇ ଥିଲେ l ଏହା ଦେଖି ମା ସୀତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ହନୁମାନଙ୍କ ର ଏହି ଅବସ୍ଥା ବିଷୟରେ ଶୁଣି ପ୍ରଭୁ ଶ୍ରୀରାମ ତାଙ୍କୁ ପାଖକୁ ଡାକିଲେ ଓ ଦେଖି ଖୁବ ଜୋରେ ହସିବାକୁ ଲାଗିଲେ l ଏବଂ ଏହା ପଛରେ ଲୁଚି ରହିଥିବା ସ୍ନେହ କୁ ମଧ୍ୟ ଜାଣି ପାରିଥିଲେ l
ଏହାପରେ ପ୍ରଭୁ ଶ୍ରୀରାମ ତାଙ୍କୁ ବଜରଙ୍ଗବାଲି ର ନାମ ଦେଇଥିଲେ l ବଜରଙ୍ଗବାଲି ର ଅର୍ଥ ନାରଙ୍ଗୀ ଅଟେ, ଏବଂ ଏହି କାରଣରୁ ହନୁମାନ ଙ୍କୁ ବଜରଙ୍ଗବାଲୀ କୁହାଯାଇ ଥାଏ l