Odisha news

ମହିଳା ସଶକ୍ତିକରଣର ଅନ୍ୟନାମ ଓଡିଶା ସରକାରଙ୍କ ‘ମିଶନ ଶକ୍ତି’  

0

ଆଜି ଓଡ଼ିଶାର ନାରୀ ଆଉ ନାହିଁ ଅବଳା କିମ୍ବା ଦୁର୍ବଳା, ଓଡିଶା ସରକାର ଙ୍କ ମିଶନ ଶକ୍ତି ଯୋଜନା ଦ୍ୱାରା ଓଡ଼ିଆ ମା ମାଉସୀ ହୋଇ ଉଠିଛନ୍ତି ସଶକ୍ତ l ମିଶନ ଶକ୍ତିର ଉଦେଶ୍ୟ ହେଉଛି ମହିଳା ମାନଙ୍କୁ ସଶକ୍ତ କରିବା l ଯାହାକି ମହିଳା ମାନଙ୍କୁ ସ୍ୱାଧୀନ ଭାବରେ ରୋଜଗାର କ୍ଷମ କରାଇବା ସହିତ ଅର୍ଥନୈତିକ ସ୍ୱାଧୀନତା ଦେବାର ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି l ତେଣୁ ମହିଳା ସଶକ୍ତିକରଣ ପାଇଁ ଏକ ଗୁରୁତ୍ୱପୂର୍ଣ ରଣନୀତି ଭାବରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ପଦୋନ୍ନତି କୁ ନେଇ ୨୦୦୧ ରେ ଏହି ପଦକ୍ଷେପ ଗ୍ରହଣ କରାଯାଇ ଥିଲା l ଏହି ଯୋଜନାଟି ୨୦୦୧ ମାର୍ଚ୍ଚ ୮ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇ ଥିଲା l

ମିଶନଶକ୍ତି ର ମୁଖ୍ୟ ଉଦେଶ୍ୟ ହେଉଛି ଋଣ ଏବଂ ବଜାର ଲିଙ୍କ ଯୋଗାଇ ଲାଭଜନକ କାର୍ଯ୍ୟକଳାପ ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତ କରିବା l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ ହେଉଛି ମିଶନ ଶକ୍ତି ଅଧୀନରେ ସରକାରଙ୍କ ର ଗୋଟିଏ ଫ୍ଲାଗ ସିପ କାର୍ଯ୍ୟକ୍ରମ l ଏହା ଧାର୍ଯ୍ୟ କରିଥାଏ ଯେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରେ ଅଂଶ ଗ୍ରହଣ କରିବା l

ରାଜ୍ୟର ସମସ୍ତ ବ୍ଲକ ଏବଂ ସହରାଂଚଳ ଗୁଡିକ ରେ ସ୍ଥାନୀୟ ମହିଳା ମାନଙ୍କୁ ନେଇ ରାଜ୍ୟରେ ୭୦ ଲକ୍ଷ ମହିଳା ଙ୍କୁ ନେଇ ୬ଲକ୍ଷ ଗୋଷ୍ଠୀ ସଂଗଠନ ତିଆରି କରାଯାଇଛି l ଯେଉଁଥିର ମୁଖ୍ୟ ଉଦେଶ୍ୟ ହେଉଛି ମହିଳା ମାନଙ୍କୁ ରୋଜଗାର କ୍ଷମ କରାଇ ଗୋଟିଏ ସୁଖୀ ଜୀବନ ପ୍ରଦାନ କରିବା l ଏହି ଯୋଜନାରେ ଅନେକ ଗୁଡିଏ ଯୋଜନା ମହିଳା ମାନଙ୍କ ପାଇଁ ଅନ୍ତର୍ଭୁକ୍ତ ରହିଛି l ଯେପରିକି ପିଠା ଯୋଜନା, ସାଇକଲ ଯୋଜନା, ମୋବାଇଲ ଯୋଜନା, ସ୍କୁଟର ଯୋଜନା, ସିଲେଇ ମେସିନ ଯୋଜନା ଏଭଳି ଅନେକ ଯୋଜନା ଅନ୍ତର୍ଭୂକ୍ତ ରହିଛି l

ଏହାଛଡା ଘରେ ଘରେ ବର୍ତମାନ ମହିଳା ମାନେ ନିଜର ତଥା ନିଜ ବ୍ଲକ ର ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯେପରିକି ଚାଷ କାର୍ଯ୍ୟ କରିବା, ସିଲେଇ ଶିଖିବା, ବିଭିନ୍ନ ବର୍ଜ୍ୟ ବସ୍ତୁରେ ଡି -କମ୍ପୋଷ୍ଟ ପ୍ରସ୍ତୁତ କରିବା, ବ୍ୟବସାୟ ମାଧ୍ୟମରେ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛି ମିଶନଶକ୍ତି l

Leave A Reply